ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏ. ସିରେ ଚାଲିଛି ମାରି ଖାଇବା ନୀତି । ଏଇ କଥା ଆମେ ଏଥିପାଇଁ କହୁଚୁ କି ସମୟ ବଦଳି ଯାଇଛି ଇତି ମଧ୍ୟରେ ସରକାର ମଧ୍ୟ ବଦଳିଯାଇଛନ୍ତି | ପୂର୍ଵ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁକ୍ତା ଯୋଜନା ଆରମ୍ଭ କରିଥିଲେ । ସେହି ଯୋଜନାରେ କୋଦଳା ଏନ.ଏ. ସି ଠାରେ ଥିବା ପୁରୁଣା ମାଛ ବଜାର ନିକଟରେ ୧୨ଗୋଟି ଓ ମେଡିକାଲ ଛକ ନିକଟରେ ୧୬ଗୋଟି ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯାଇଥିଲା ପ୍ରାୟ ୨୫ଲକ୍ଷ୍ୟ ଟଙ୍କା ବିନିମୟରେ ହୋଇଥିଲା । ଯାହାକୁ ନିଜେ ଅଧ୍ୟକ୍ଷ ଆପୃଭ କରିଥିଲେ ଗୋଟିଏ କାମ ସରିବାର ପ୍ରାୟ ଦୁଇ ବର୍ଷ ଓ ଆଉ ଏକ କାମ ସାରିବାର ଆଠମାସ ବିତି ଯାଇ ଥିଲେ ମଧ୍ୟ ଏଯାବତ କାହାରିକୁ ଭଡାରେ ଦିଆ ଗଲାନାହିଁ | ଏବେ ସେହି ଘରକୁ ଭାଙ୍ଗିବା ଲାଗି ଷଡଯନ୍ତ୍ର କରୁଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ବୋଲି ସଂଗୀନ ଅଭିଯୋଗ ଆଣି ଛନ୍ତି କାଉସିଲର ଭଗବାନ ପାଢ଼ୀ । ବିଭିନ୍ନ ସମୟରେ ଏନ.ଏ.ସି ର ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଆସୁଛନ୍ତି ଶ୍ରୀ ପାଢ଼ୀ। କିଛି ଦିନ ତଳେ ବେନିୟମ ଭାବରେ ୬୨ଟେଣ୍ଡର ବାହାର କରାଯାଇଥିଲା ସେଥିମଧ୍ୟରୁ କିଛି କାମ ଆଗରୁ ସରିଯାଇଥିଲା ଯାହାର ପ୍ରତିବାଦ ମଧ୍ୟ ଶ୍ରୀପାଢ଼ୀ କରିଥିଲେ ।ଫଳରେ ସେଇ କାମକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ଅଫିସର । ଏଣୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି | ନିର୍ଦେଶ ନାମା ଜାରି କରନ୍ତୁ ନିର୍ମାଣ ହୋଇଥିବା ଘରକୁ ନ ଭାଙ୍ଗି ଭଡାରେ ଦିଆ ଯାଉ ଯାହା ଫଳରେ ୨୮ଟି ପରିବାର ଛୋଟ ଛୋଟ ବେପାର କରି ନିଜ ଜୀବିକା ନିର୍ବାହ କରିବା ସହିତ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିବେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025