ସାମ୍ନାକୁ ଆସିଲା ଭାରତର ଧନୀ ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟ । ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ । ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ଓ ଋଣକୁ ନେଇ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ସତ୍ୟପାଠକୁ ଦେଖିଲେ, ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ପାଖରେ ସର୍ବାଧିକ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ଦେଶର ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କ ପାଖରେ ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ସମ୍ପତ୍ତିରେ ତୃତୀୟ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ତାଙ୍କ ପାଖରେ ୫୧ କୋଟି ଟଙ୍କାର ସମ୍ପତ୍ତି ରହିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପତ୍ତିର ମୂଲ୍ୟ ୩ ମୁଖ୍ୟମନ୍ତ୍ରୀଙ୍କ ଭିତରେ ୨୨ ନମ୍ବରରେ ରହିଛି। ତାଙ୍କ ପାଖରେ ୧ କୋଟି ୯୭ ଲକ୍ଷ ଟଙ୍କା ରହିଛି। ସବୁଠାରୁ କମ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ। ତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।
