ନୂଆ ବର୍ଷରେ ପ୍ରେମୀଯୁଗଳଙ୍କୁ ଝଟକା

ନୂଆ ବର୍ଷରେ ପ୍ରେମୀଯୁଗଳଙ୍କୁ ଝଟକା

ନୂଆ ବର୍ଷରେ ପ୍ରେମୀ ଯୁଗଳଙ୍କୁ ଝଟକା . ଅବିବାହିତ ଦମ୍ପତିଙ୍କୁ ଓୟୋ ମନା .ନୂଆ ବର୍ଷରେ ନୂଆ ନିୟମ ଆଣିଛି ଓୟୋ କମ୍ପାନୀତେବେ ଓୟୋ ହୋଟେଲରେ ଆଉ ରହିବାରିବେନି ଅବିବାହିତ ପ୍ରେମୀ ଯୁଗଳ .ଏପରି ନିୟମ ଏବେ କମ୍ପାନୀ ପକ୍ଷରୁ ଜାରି କରାଯାଇଛି . ଏବେ ବିବାହ ପୂର୍ବରୁ ପୁଅ କି ଝିଅ ଏକାଠି ଓୟୋ ହୋଟେଲରେ ରହିପାରିବେନି .

ତେବେ ଆଗରୁ ଯେକୌଣସି ସହରକୁ ଯୁବକ ଯୁବତୀ ବୁଲିବାକୁ ଯାଉଥିଲେ . ରହିବା ପାଇଁ ଖୁବ କମ ପଇସାରେ ଓୟୋ ହୋଟେଲ ବୁକ କରି ସେମାନେ ଏକାଠି ରହିପାରୁଥିଲେ . ହେଲେ ୨୦୨୫ ଆରମ୍ଭରୁ ଓୟୋ କମ୍ପନୀ ପ୍ରେମୀ ଯୁଗଳ ମାନଙ୍କୁ ବଡ଼ ଝଟକା ଦେଇଛି . କମ୍ପାନୀ ଏନେଇ ନିୟମ ଆଣିଛି . ଯେଉଁ ଥିରେ ଯଦି କୋଣସି ଯୁବକ ଯୁବତୀ ଓୟୋ ହୋଟେଲରେ ରହିବାକୁ ଚାହୁଁଥାନ୍ତି .ତେବେ ସେମାନଙ୍କୁ ରହିବା ପୂର୍ବରୁ ବିବାହର ସାକ୍ଷ୍ୟ ପ୍ରମାଣ ଦେଇ ରହିବାକୁ ପଡ଼ିବ . ନହେଲେ ବିବାହ ପୂର୍ବରୁ ସେମାନଙ୍କୁ ଚେକ୍‌ ଇନ କରାଯିବା ନାହିଁ ବୋଲି କୁହାଯାଇଛି .

ଏହି ନିୟମ ପ୍ରଥମେ ମିରଟ ସହରରୁ ଲାଗୁ ହେବାକୁ ଯାଉଛି . ଏହି ସହରରେ ଓୟୋ ସହ ଜଡିତ ସମସ୍ତ ହୋଟଲକୁ ଏହି ନିୟମକୁ ଲାଗୁ କରେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି .ଯଦି କୌଣସି ଦମ୍ପତ୍ତି ଅନଲାଇନ ହୋଟେଲ ବୁକ କରିଥାନ୍ତି, ତେବେ ତାଙ୍କର ସମସ୍ତ ବିବାହଜନିତ ପ୍ରମାଣପତ୍ରକୁ ଚେକ୍‌ ଇନ କରାଯିବ .

author

Related Articles

Leave a Reply

Your email address will not be published. Required fields are marked *