ଦିନକୁ ଦିନ ବିଶ୍ୃଙ୍ଖଳିତ ହୋଇପଡୁଛିି ଓଡିଶା । ବିହାର-ଉତ୍ତରପ୍ରଦେଶଠୁ ବଳିଗଲାଣି ଓଡିଶା । କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଆଇନ ମନ୍ତ୍ରୀ । ନୂଆ ସରକାରରେ ଓଡିଶାର ଆଇନ ବ୍ୟବସ୍ଥା କଥା ଏବେ ନଉଠାଇବା ଭଲ । ସ୍ପଷ୍ଟ ଦିବାଲୋକରେ ରାଜଧାନୀର ରାଜରାସ୍ତାରେ ଜଣେ ପୋଲିସ ମିତ୍ରଙ୍କୁ ଯେପରି ବିଭତ୍ସଭାବେ ହତ୍ୟା କରାଯାଉଛି ସେଥିରୁ ସାଧାରଣ ଲୋକେ ବାହାରକୁ ଯିବାକୁ ଡରିଲେଣି । କିନ୍ତୁ ଆଇନ ମନ୍ତ୍ରୀଙ୍କୁ କିଛି ଫରକ ପଡୁନି । ଗଣମାଧ୍ୟମରେ କେବଳ ଓଡିଶାରେ ବିଜେପି ସରକାରରେ ଜିରୋ ଟଲେରାନ୍ସ ନୀତି ନେଇ ବଡ ବୟାନ ଦେଉଛନ୍ତି । ହତ୍ୟାକାରୀକୁ ଗିରଫ କରାଯାଉଥିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଉଥିବା ମନ୍ତବ୍ୟ ଦେଉଛନ୍ତି । କିନ୍ତୁ ଆଗକୁ ଯେପରି ଏଭଳି କାଣ୍ଡ ନଘଟେ ସେଥିପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁନି । ଯେଉଁଥିରୁ ଆଇନ ବ୍ୟବସ୍ଥା ଉପରକୁ ଆଙ୍ଗୁଠି ଉଠୁଛି । କିନ୍ତୁ ବିଜେପି ଏଥିପ୍ରତି ଦୃଷ୍ଟି ଦେବା ଅପେକ୍ଷା ବିଜେଡି ଅମଳରେ କଣ କଣ ଘଟିଥିଲା ତାର ଚିଠା ଗଣମାଧମ ଆଗରେ ଖୋଲୁଛନ୍ତି । କିନ୍ତୁ ନିଜେ ସରକାରରେ ଥାଇ କଣ କରୁଛନ୍ତି ସେ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ।
ଅନ୍ୟପଟେ ଏଇ ଗୋଟିଏ ଘଟଣା ନୁହେଁ , ଓଡିଆ ଅଫିସରଙ୍କୁ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଦାସ ମାଡ ମାରିବା ଘଟଣାରେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହା ସହ ଯେଉଁ ଯେଉଁ ମର୍ଡର କେସର ଫାଇଲ ରିଓପନ କରିବା ନେଇ ବିଜେପି ନେତାମାନେ ବଡ ବଡ ବୟାନ ଦେଉଥିଲେ ସେ ସବୁରେ ମଧ୍ୟ ଫେଲ ମାରିଛି ଏ ଡବଲ ଇଞ୍ଜିନ ସରକାର । ଅନ୍ୟପଟେ ବଡ ଠାକୁର ଆଡପ ମଣ୍ଡପରୁ ପଡିଯିବା ଘଟଣାରେ ମଧ୍ୟ କଣ କାଯ୍ୟାନୁଷ୍ଠାନ ନିଆଗଲା ତାହା ଲୋକଲୋଚନକୁ ଆସିଲା ନାହିଁ । କିନ୍ତୁ ଏସବୁ ଉପରେ ବିଜେପି ସରକାର ଦୃଷ୍ଟି କଣ ଦେବେ ଓଲଟା ଗଣମାଧ୍ୟମରେ ୨୪ ବର୍ଷର ସରକାରକୁ ଦୋଷ ଦେବାରେ ଆଦୌ ହେଳା କରୁନାହାନ୍ତି । ଯାହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ ।