ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟ ବାହାରେ ଥିବା ମହିଳାଙ୍କୁ ଶୀଘ୍ର ସୁଭଦ୍ରା ପାଇଁ ଆବେଦନ କରିବାକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲ୍ଦି ଆବେଦନ କରନ୍ତୁ, ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ। ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ କିଛି ଏପରି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହିତ ୪ର୍ଥ ପର୍ଯ୍ୟା ୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ। ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲାୱାରୀ ରିଭ୍ୟୁ ହୋଇଥିଲା । ଯେଉଁମାନେ ଆବେଦନ କରି ନାହାଁନ୍ତି, ସେମାନେ ଆବେଦନ କଲେ ଟଙ୍କା ପାଇବେବୋଲି ସେ କହିଛନ୍ତି।

You can share this post!
author