ଗଞ୍ଜାମ ଜିଲ୍ଲାରେ ଥମୁ ନାହିଁ ଦାଦନ ଦୁଃଖ। ପରିବାର ପ୍ରତି ପୋଷଣ ପାଇଁ ଏବେବି ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଲୁହାକୋଟ ଗ୍ରାମରୁ ।ନୂତନ ସରକାର ଦାଦନ ମୁକ୍ତ ଓଡିଶା ଗଠନ କରିବା ନାରା ଦେଇ ସରକାରକୁ ଆସିଥିବା ବେଳେ ପୂର୍ବ ସରକାର ସମୟରେ ଯାହା ଥିଲା ବର୍ତ୍ତମାନ ବି ସ୍ଥିତି ତାହା ହିଁ ରହିଛି। ଏହି ବ୍ଲକର କାଳିମେଘି ପଞ୍ଚାୟତ ଅନ୍ତର୍ଗତ ଲୁହାକୋଟ ଗ୍ରାମର ୮ ଜଣ ଯୁବକ ତାମିଲନାଡୁ ରାଜ୍ୟକୁ ଏକ ବ୍ରେଡ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। ନିଜ ହାତ ଖର୍ଚ୍ଚରେ ଯାଇ ସେଠାରେ ପହଞ୍ଚିବା ଥିଲେ । କମ୍ପାନୀରେ କାମ ମିଳିବା ତ ଦୂରର କଥା ସେମାନଙ୍କୁ ପଠାଇଥିବା ଦଲାଲ୍ କୁଆଡେ ସେହି କମ୍ପାନୀରୁ ଅଗ୍ରୀମ ୧ ଲକ୍ଷ ୨୦ ହଜାର ଟଙ୍କା ନେଇ ଯାଇଥିଲା। ଯାହା ଫଳରେ କମ୍ପାନୀ ପକ୍ଷରୁ ଏମାନଙ୍କୁ ପ୍ରଥମେ ସେହି ଟଙ୍କା ପରିଶୋଧ କରିବାକୁ ଚାପ ପକାଯାଇଥିଲା। ତେବେ ଏହି ୮ ଶ୍ରମିକ ଏଥିରେ ରାଜି ନହେବାରୁ ଲୁହା ରଡ୍ ରେ ମାଡ଼ ମାରି ଲହୁ ଲୁହାଣ କରି ଦିଆଗଲା। ଟଙ୍କା ନଦେଲେ ଏଠାରୁ ଫେରି ଯାଇ ପାରିବନି ବୋଲି ଧମକ ମିଳିବା ପରେ ଉକ୍ତ ୮ ଯୁବକ ନିଜ ପରିବାରକୁ ଏନେଇ ଜଣାଇଥିଲେ। ପରିବାର ଲୋକେ ଘରହିଡ, ସୁନା ଅଳଙ୍କାର ବନ୍ଧା ପକାଇ ଟଙ୍କା ପଠାଇଥିଲେ। ଜଣେ ଜଣେ ଯୁବକ ୧୫ ହଜାର ଟଙ୍କା ଲେଖାଏଁ ଦେବା ପରେ ଅତି କଷ୍ଟରେ ଟ୍ରେନ ଯୋଗେ ଘରକୁ ଫେରି ଶୁକ୍ରବାର ସକାଳ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି । ଏଭଳି ଦାଦାଗିରି ଘଟଣାକୁ ନେଇ କୋଦଳା ଥାନାରେ ଅଭିଯୋଗ କରିଥିଲେ ୮ ଯୁବକ। ତେବେ ଘଟଣା ତାମିଲନାଡୁର ହୋଇଥିବାରୁ ମାମଲା ରୁଜୁ ହୋଇ ପାରି ନାହିଁ

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025