ଖଲ୍ଲିକୋଟ ରାଣୀ ମା ଙ୍କ ପ୍ରଥମ ସ୍ମରଣୀୟ ଦିବସ ପାଳିତ

ଖଲ୍ଲିକୋଟ ରାଣୀ ମା ଙ୍କ ପ୍ରଥମ ସ୍ମରଣୀୟ ଦିବସ ପାଳିତ

ଖଲ୍ଲିକୋଟ ରାଣୀ ସାହେବl ସ୍ୱର୍ଗତl ଭି.ସୁଜ୍ଞାନ ଦେଓ ଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଖଲ୍ଲିକୋଟ ବଙ୍ଗଳା ଠାରେ ପାଲିତ ହୋଇଯାଇଛି . ଦଶ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ସୁଜ୍ଞାନ ଦେଓ ଙ୍କ ଜୀବନ ବ୍ୟାପି ରାଜ୍ୟ ତଥା ସମାଜ ପ୍ରତି ଅବଦାନକୁ ମନେ ପକାଇ  ଆମନ୍ତ୍ରିତ ବହୁ ମାନ୍ୟ ଗନ୍ୟ ଅତିଥି ଭାବ ବିହୋଳ ହୋଇଥିଲେ . ଦଳ ଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ରାଣୀ ମା ଙ୍କ ଫୋଟୋରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ.  ଏହି ଅବସରରେ ରାଣୀ ମାଆଙ୍କ ବଙ୍ଗଳା ଠାରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇ ଥିଲା .  ଆମନ୍ତ୍ରିତ ଅତିଥି ମାନେ ରାଣୀ ମା ଙ୍କ ସେମାନଙ୍କ ପ୍ରତି ରହିଥିବା ସାହାଯ୍ୟ, ସହାନୁଭୂତି, ଭଲ ପାଇବା,ସଚ୍ଚୋଟତା ଓ ସର୍ବୋପରି ଗଠନ ମୂଳକ ଚିନ୍ତାଧାରାକୁ ଆଲୋଚନା କରିଥିଲେ.  ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯକ୍ରମରେ କବିସୂର୍ଯ୍ୟ ନଗର,ପୁରୁଷୋତ୍ତମ ପୁର, ବେଗୁନିଆ ପଡ଼ା , କୋଦଳା ସମେତ ଖଲ୍ଲିକୋଟ ଅଞ୍ଚଳ ର ପାଞ୍ଚ ହାଜରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା. ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୋଖ, ସଞ୍ଜୟ ଦାସ ବର୍ମା, ଶ୍ରୀକାନ୍ତ ସାହୁ ସମେତ ପୂର୍ବତନ ବାହୁ ମାନ୍ୟ ଗଣ୍ୟ  ବିଜେଡି ନେତାଙ୍କ ସମେତ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରେ ରାଣୀ ମାଆ ଙ୍କ   ତାଙ୍କ ପ୍ରତି ରହିଥିବା ସାହାଯ୍ୟ ସହାନୁଭୂତି ସେ କେବେ ଭୁଲି ପାରିବେନି ବୋଲି କହିଥିଲେ.

author

Related Articles

Leave a Reply

Your email address will not be published. Required fields are marked *