ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୋଲିସକୁ ବଡ ସଫଳତା ମିଲିଛି। ଗଞ୍ଜେଇ ଚୋରାଚାଲାଣ ହବ୍ ହୋଇଥିବା ୧୦ ନମ୍ବର ରାଜ୍ୟ ରାଜପଥ ଖିଣ୍ଡା ନିକଟସ୍ଥ ଶାତଗଛିଆ ଠାରେ ପୋଲିସ ବୌଦ୍ଧରୁ ଛତିଶଗଡକୁ ଚୋରାଚାଲାଣ ହେଉଥିବା ଏକ କଳା ରଙ୍ଗର ମାରୁତି କାରକୁ ଧରି କାର ସହ ୧୦୮କେଜି ଗଞ୍ଜେଇ, ଗୋଟିଏ ହାତ ତିଆରି ପିସ୍ତଲ, ଦୁଇଟି ଜୀବନ୍ତ ଗୁଲି ଏବଂ ୧୭୨୦ ଟଙ୍କା ଜବତ କରି ଅଭିଯୁକ୍ତ ମଧ୍ୟପ୍ରଦେଶର ଆରିଫ ଖାନ(୩୦)ଙ୍କୁ ଗିରଫ କରିଛନ୍ତି। ଗତ କାଲି ରାତିରେ ଠେଲକୋଲୋଇ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଭୋର ସମୟରେ କୌଣସି ସୂତ୍ରରୁ ଖବର ପାଇ ୧୦ ନମ୍ବର ରାଜ୍ୟ ରାଜପଥ ଲପଙ୍ଗା ଛକରେ ଛକି ରହିଥିବା ବେଳେ କଳା ରଙ୍ଗର ଛତିଶଗଡ ନମ୍ବର ଥିବା କାର ଦୃତ ଗତିରେ ଯାଉଥିବା ଦେଖି କାରକୁ ପଛରେ ଦୌଡାଇ ସାତ ଗଛିଆ ଠାରେ କାବୁ କରିବାକୁ ସକ୍ଷମ ହୋଇଥିଲେ। ଆଜି ସକାଳୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରେଙ୍ଗାଲି ଅତିରିକ୍ତ ତହସିଲଦାର କିଶୋର କୁମାର ସାହୁଙ୍କ ଉପସ୍ଥିତିରେ ୭ଟି ବେଗରେ ଥିବା ୧୦୮ କେଜି ଗଞ୍ଜେଇକୁ ଓଜନ କରି କାର, ପିସ୍ତଲ,ଦୁଇଟି ଜୀବନ୍ତ ଗୁଲି ଏବଂ ଟଙ୍କାକୁ ଜବତ କରି ସିଲ କରିଥିଲେ। ପୋଲିସ ଏ ଘଟଣାକୁ ନେଇ କେଶ ରୁଜ୍ଜୁ କରି ଥାନା ଅଧିକାରୀ ବୁଲୁ ସ୍ବାଇଁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025