୧୯୮୬ ମସିହା ଠାରୁ ପ୍ରତିବର୍ଷ ମେ ମାସ ୧ ତାରିଖକୁ ବିଶ୍ବ ଶ୍ରମିକ ଦିବସ ରୂପେ ପାଳନ କରାଯାଏ। ଆଜି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ପଥରା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଏ ଆଇ ଟି ୟୁ ସି ପକ୍ଷରୁ ଏହି ସ୍ମରଣୀୟ ଦିବସକୁ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ କ୍ଷେତ ମଜଦୂର ୟୁନିଅନ ଗଞ୍ଜାମ ଜିଲ୍ଲା ସଭାପତି ରଘୁନାଥ ଗୌଡ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ନିର୍ମାଣ ଶ୍ରମିକ ନେତା ସିମାଞ୍ଚଳ ବାରିକ ସଭାପତିତ୍ୱ କରିଥିଲେ। ବରିଷ୍ଠ ଆଇନଜୀବୀ ସିମାଞ୍ଚଳ ବେହେରା ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ନିର୍ମାଣ ଶ୍ରମିକ ନେତା ମୁରଲୀ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଥମେ ଦଳୀୟ ପତାକାକୁ ଉତ୍ତୋଳନ କରିଥିଲେ ରଘୁନାଥ ଗୌଡ ଓ ସଭାକାର୍ଯ୍ୟ ପ୍ରାରମ୍ଭରେ ନିକଟରେ ତିରୋଧାନ କରିଥିବା ଦୀବଗନ୍ତ ଓ ଆତଙ୍କବାଦୀ ଆକ୍ରମଣର ମୃତକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ମଞ୍ଚାସୀନ ନେତୃବୃନ୍ଦ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିବା ସହ ଆଜିର ଦିନର ସ୍ମୃତି ମନେ ପକାଇବା ସହିତ ଏହି ଦିବସ ପାଳନ କରିବା ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଞ୍ଚଳର ବହୁ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଯୋଗ ଦେଇଥିଲେ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025