ସମସ୍ତଙ୍କ ରୋଷେଇ ଘରେ ଭୃସଙ୍ଗ ପତ୍ର ଉପଲବ୍ଧ ଥାଏ । ଏହା ଖାଦ୍ୟରେ ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଏହି ଛୋଟ ଛୋଟ ସବୁଜ ପତ୍ର ଗୁଡିକରେ ଅନେକ ଗୁଣ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆୟୁବେଦ ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ଅତି କମରେ ୬ଟି କିମ୍ବା ୮ଟି ଭୃସଙ୍ଗ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ।
ବିଶେଷଜ୍ଞଙ୍କ ଅନୁସାରେ, ଯେଉଁମାନଙ୍କର ହଜମ ପ୍ରକ୍ରିୟା ସହ ଜଡିତ କୌଣସି ପ୍ରକାରର ସମସ୍ୟା ରହିଛି ସେମାନେ ନିଶ୍ଚିତ ଭାବରେ ଭୃସଙ୍ଗ ପତ୍ର ସେବନ କରିବା ଉଚିତ ଏହା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ଭାବରେ କାମ କରିଥାଏ । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଗ୍ୟାସ, ବଦହଜମି, ଏସିଡିଟି କମିଯାଏ । ଏଥିରେ ଥିବା କ୍ୟାଲସିୟମ, ଆଇରନ୍ ଏବଂ ଜିଙ୍କର ଗୁଣ ଶରୀରରୁ ଏନିମିୟା କମ କରିବାରେ ସାହାଯ୍ୟ କରେ ।
ଏହି ପତ୍ର ଖାଇବା ଦ୍ୱାରା ଚର୍ମ ମଧ୍ୟ ସତେଜ ରହିଥାଏ । ଭୃସଙ୍ଗ ପତ୍ରରୁ ହାଇପୋଗ୍ଲାଇସେମିକ୍ ଗୁଣ ମିଳିଥାଏ ଯାହା ସୁଗାର ଲେବଲକୁ କମ୍ କରିଥାଏ । ଭୃସଙ୍ଗପତ୍ରରେ ଭିଟାମିନ୍ ଏ, ବି, ସି ଏବଂ ଇ ରହିଥାଏ । ଏହି ସମସ୍ତ ଉପାଦାନ ଆମ ରକ୍ତକୁ ସଫା କରିଥାଏ , ସ୍କିନକୁ ଉନ୍ନତ କରିଥାଏ ଏବଂ କେଶକୁ ମଧ୍ୟ ସୁସ୍ଥ ରଖିଥାଏ । ମୁଁହରେ ପିମ୍ପଲ୍ସ ,ଦାଗ ଇତ୍ୟାଦି ସମସ୍ୟା ଥିଲେ ଏହାର ସମାଧାନ ଭୃସଙ୍ଗ ପତ୍ର ଦ୍ୱାରା ହୋଇପାରିବ । କେବଳ ଏତିକି ନୁହେଁ ଓଜନ ହ୍ରାସ କରିବା ସହିତ ରକ୍ତରେ ଶର୍କରା ସ୍ତରକୁ ହ୍ରାସ ମଧ୍ୟ କରିଥାଏ ଭୃସଙ୍ଗ ପତ୍ର ।