ଲେଉଟାଣି କରୁଛି କି ବିଜେଡି ? ୧୧ ମାସ ସରକାରରେ ବିଜେପିରୁ ଭରି ଗଲାଣି କି ଲୋକଙ୍କ ମନ । ହଁ ଆଜ୍ଞା, ଏଭଳି କିଛି ଚର୍ଚ୍ଚା ଏବେ ସାଧାରଣରେ ଚାଲିଛି । କାହିଁକି ନା ଆରମ୍ଭ ହୋଇଗଲାଣି ମୋହନ ସରକାରର ଏକ ବର୍ଷର ରିପୋର୍ଟ କାର୍ଡ ବଣ୍ଟନ । ଏକ ବର୍ଷ ଭିତରେ ବିଜେପି କଣ ସବୁ କରିଛି , ଲୋକଙ୍କ ବିକାଶ ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ତାର ପ୍ରସାର ପ୍ରସାର କରିବେ । ଏପରିକି ଏହି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ବିଜେପି ଆରମ୍ଭ କରିସାରିଲେଣି । କିନ୍ତୁ ବିଜେପି ସରକାରକୁ ଆସିବା ପରେ ସାଧାରଣ ଲୋକଙ୍କ ପାଇଁ କଣ ସବୁ କରିଛି ସେ ସମ୍ପର୍କରେ ଖୋଦ ସାଧାରଣ ଲୋକେ ମୁହଁ ଖୋଲୁଛନ୍ତି । ଏହି ଏକ ବର୍ଷ ଭିତରେ ବିଜେପି କିଛି କରିନଥିବା, ଏବଂ ବିଜେପି ସରକାରରେ ହନ୍ତସନ୍ତ ହେଉଥିବା ମତପ୍ରକାଶ କରୁଛନ୍ତି ।
ଏପରିକି ମୋହନ ସରକାର ଯେଉଁ କାମ କରୁଛନ୍ତି ସେଥିରେ କେବଳ ବିଫଳତା ସାମ୍ନାକୁ ଆସୁଥିବା ମତପ୍ରକାଶ ପାଉଛି । ଆୟୁଷ୍ମାନ ଯୋଜନାଠୁ ଆରମ୍ଭ କରି, ଶିକ୍ଷା କ୍ଷେତ୍ର, ଦାଦନ ସମସ୍ୟା. ବେକାରୀ ସମସ୍ୟା, ମଦ ଦୁର୍ନୀତି ଆଦିରେ ସୁଧାର ଆଣିବାରେ ବିଜେପିର କଥା ବେଶି କାମ କମ୍ ନୀତି ଆଉ ଲୁଚି ରହିନାହିଁ । ଏପରିକି କେବଳ ଭାଷଣ ବାଜିରେ ହିଁ ଏକ ବର୍ଷ ବିତିଯାଇଥିବା କାହାକୁ ଅଛପା ନାହିାଁ କିନ୍ତୁ ତଥାପି ବିଜେପି ନିଜର ରିପୋର୍ଟ କାର୍ଡ ବାଣ୍ଟିବା ସହ ନିଜେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅଭିଭାଷଣ ରଖିବା ନେଇ କୁହାଯାଉଛି । ଯାହାକୁ ସାଧାରଣ ଲୋକେ ସମାଲୋଚନା କରୁଛନ୍ତି ।