ଅପରେସନ ସିନ୍ଦୁରର ଅପୂର୍ବ ସଫଳତାରେ ଖୁସିରେ ମସଗୁଲ ଯାଜପୁର ଜିଲ୍ଲାବାସୀ । ଶତ୍ରୁଙ୍କୁ ମୁହଁ ତୋଡ ଜବାବ୍ ଦେଇଥିବା ଭାରତୀୟ ସୈନିକଙ୍କୁ ସମ୍ମାନ ଜଣାଇବା ପାଇଁ ବିଜେପି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଏପରିକି ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ଯୋଡ଼ି ହେବାକୁ ସାଧାରଣରେ ଭୂରୀ ଭୁରୀ ପ୍ରଶଂସା କରାଯାଇଛି । ଯାଜପୁର ଜିଲ୍ଲାର ବିଜେପି ସଭାନେତ୍ରୀ , ସାଂସଦଙ୍କ ସମେତ ଅନ୍ୟ ବିଜେପି ନେତା, ଅବସରପ୍ରାପ୍ତ ସାମରିକ କର୍ମଚାରୀ, ଓକିଲ, ଇଞ୍ଜିନିୟର, ବୁଦ୍ଧିଜୀବି,ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ମଣ୍ଡଳର ସଭାପତି,ପଦାଧିକାରୀ, ବହୁ ମହିଳା ସଂଗଠନର କର୍ମକର୍ତ୍ତା ସଦସ୍ୟା ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ବୀର ଯବାନ ସମ୍ମାନାର୍ଥେ ସାଲ୍ୟୁଟ ଜଣାଇଥିଲେ। ଏହି ଅବସରରେ ପ୍ରାୟ ୩୦ ଜଣ ସେବା ନିବୃତ ସାମରିକ କର୍ମଚାରୀଙ୍କୁ ସାଂସଦ, ଜିଲା ବିଜେପି ସଭାନେତ୍ରୀ, ଗୌତମ ରାୟ ପ୍ରମୁଖ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
