ହଠାତ୍ ବାହାରିଲେ ନବୀନ

ହଠାତ୍ ବାହାରିଲେ ନବୀନ

ଆଜି କେନ୍ଦୁଝର ତ କାଲି ଗଞ୍ଜାମ । ହଠାତ୍ ଆରମ୍ଭ ହୋଇଯାଇଛି ମୋହନଙ୍କ ଜିଲ୍ଲା ବୁଲା ରଣନୀତି । ମାତ୍ର ଛଅଦିନର ଅପେକ୍ଷା ପ୍ରଥମ ଜନ୍ମଦିନ ପାଳନ କରିବେ ମୋହନ ସରକାର । ବିଜେପି କର୍ମକର୍ତ୍ତାଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ କରିବେ ସରକାରଙ୍କ ଭଲକାମର ଚର୍ଚ୍ଚା । ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି କିଛି ନୂଆ ରଣନୀତି । ଏବେ ସବୁ ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷେ ପୂର୍ତ୍ତି ପୂର୍ବରୁ ହଠାତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲାକୁ ଯିବା ସେଠାରେ ଭାଷଣ ଦେବା ପ୍ରକଳ୍ପର ଉଦଘାଟନ କରିବା ଯାହା ରାଜ୍ୟ ରାଜନୀତିରେ ସସପେନ୍ସ ବଢାଇଛି । ତେବେ କୁହାଯାଉଛି କି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ କିଛି ବଡ ଷ୍ଟେପ ନେଇପାରନ୍ତି ବିଜେପି ହାଇକମାଣ୍ଡ । ଯେଉଁଥିପାଇଁ ଉପରୁ ଆସିଥିବା ଅର୍ଡରର ପାଳନ କରୁଛନ୍ତି ରାଜ୍ୟ ମୁଖିଆ । ଏପଟେ ନିଜ ଦଳର ଫାଟ ଦାଣ୍ଡରେ ପଡି ହାଟରେ ଗଡୁଛି । ଭିତରେ ଭିତରେ କୁହୁଳୁ ଥିବା ଧୂଆଁରେ ନିଆଁରେ ପରିଣତ ହୋଇସାରିଲାଣି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଘର ସଜାଡିବା ବଦଳରେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ନିଜର ବ୍ରାଣ୍ଡିଂ ଆରମ୍ଭ କରିଦେଇଛନ୍ତି ।

ଲୋକଙ୍କ ପାଖରେ ସରକାର କରିଥିବା ଭଲକାମ ପହଞ୍ଚାଇବାକୁ ରଣନୀତି ଆରମ୍ଭ କରିଛନ୍ତି ମୋହନ । କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୁହଁନ୍ତି ବରଂ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ବାରମ୍ୱାର ଜିଲ୍ଲା ଗସ୍ତ କରୁଛନ୍ତି । ତେବେ ଏପଟେ ମାତ୍ର କିଛିଦିନ ପରେ ବିଜେପିକୁ ରାଜ୍ୟରେ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ବିଜେପିର ଆଶାୟୀ ନେତାଙ୍କୁ ଥଇଥାନ କରିନାହାନ୍ତି ରାଜ୍ୟ ମୁଖିଆ । ଓଲଟା ଦଳ ଭିତରେ ଫାଟ ବଢିବାରେ ଲାଗିଛି । ଦଳୀୟ କନ୍ଦଳକୁ ଆୟତ୍ତ କରିବା ବଦଳରେ ମୋହନ ନିଜକୁ ବ୍ରାଣ୍ଡି କରାଉଛନ୍ତି । ତେବେ ହଠାତ୍ ଏମିତି ମୋହନଙ୍କ ସବୁ ଜିଲ୍ଲା ଗସ୍ତ ଦେଖି ବିରୋଧି ମଧ୍ୟ ନିଜର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେଣି । ଗୋଟିଏପଟେ କଂଗ୍ରେସ ନୂଆ କମିଟି ଗଠନ କରିବା ସହିତ ତୃଣମୂଳସ୍ତରରୁ କଂଗ୍ରେସକୁ ସୃଦୁଢ କରିବାରେ ଲାଗିରଡିଛି ଆଉ ଏପଟେ ଖୋଦ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ନିଜର ଛାୟା କ୍ୟାବିନେଟ ଜରିଆରେ ମୋହନ ସରକାର ଉପରେ କଡ୍ଡା ନଜର ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *