ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ

ବ୍ରହ୍ମପୁର:

କୁକୁଡ଼ାଖଣ୍ଡି ବଡବନ୍ଧ କାର୍ଯ୍ୟର ଚୁକ୍ତିନାମା ପତ୍ର ପ୍ରଦାନ କରିବା ନିମନ୍ତେ ୨୪୦୦୦ ଟଙ୍କା ଲାଞ୍ଚ ନଉଥିବା ବେଳେ ମାଇନର ଇରିଗେସନର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଏସଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା, ଖାଲାସି ଅଜୟ କୁମାର ପାତ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନଗଦ ଦଶ ହଜାର ଟଙ୍କା ଓ ଫୋନ ପେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତିି ।ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ୧୦ ହଜାର ଟଙ୍କା କାର୍ଯ୍ୟାଳୟରେ ଦେଉଥିବା ବେଳେ ଅତିରିକ୍ତ ଏସପି ଙ୍କ ନେତୃତ୍ଵରେ ଇନ୍ସପେକ୍ଟର ସୌମ୍ୟ କାନ୍ତ ପଣ୍ଡା ଏହି ସମୟର ମାଇନର ଇରିଗେସନର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଯନ୍ତ୍ରୀ ଏସଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା, ଖାଲାସି ଅଜୟ କୁମାର ପାତ୍ର ଙ୍କୁ ଧରି ଟଙ୍କା ଜବତ କରିବା ସହ ଗିରଫ କରିଥିବାର ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *