ଥମିବାର ନାଁ ଧରୁନି ଓଲିଉଡ ବିବାଦ । କଳାକାରଙ୍କୁ ନେଇ ତେଜିବାରେ ଲାଗିଛି । ପାଟଣାଗଡ଼ ଯାତ୍ରା ମଞ୍ଚରେ ଆଙ୍କରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ । ମଙ୍ଗଳବାର ସ୍ୱାଭାବିକ ଭାବରେ ଯାତ୍ରା ଆରମ୍ଭ ହେବାକୁ ଯାଉଥିଲା । କିନ୍ତୁ ମଞ୍ଚ ପରିଚାଳକ ଜୟ ଜଗନ୍ନାଥ କହିବା ବେଳକୁ ଜୟ କୋଶଳ କହିବା ପାଇଁ ଦାବି କଲେ ସ୍ଥାନୀୟ ଲୋକେ । ଏ ନେଇ ଦର୍ଶକ ଅଡି ବସିଥିବା ବେଳେ ଆଙ୍କର ଜଣଙ୍କ କହିଥିଲେ ସେ କୋଶଳ କଣ ଜାଣନିନାହାନ୍ତି । ସେ କୋଶଳ ବୋଲି କହିବେ ନାହିଁ । ତା ବଦଳରେ ଜୟ ଜଗନ୍ନାଥ କହିବେ ବୋଲି କହିଥିଲେ ।ଏହାପରେ କୋଶଳ ସେନା ପକ୍ଷରୁ ଯାତ୍ରା ପାର୍ଟିରେ ବିରୋଧ କରିଥିଲେ । ଏହା ପରେ ଗତକାଲି ହୋଇଥିବା ଯାତ୍ରାରେ ଆଙ୍କର ଷ୍ଟେଜକୁ ଆସିବା ପରେ ଜୟ କୋଶଳ ବୋଲି କହିଥିଲେ । ଏହା ପରେ ସେଠାକାର ଲୋକ ଖୁସି ହୋଇ ତାଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025