ଏପରିକି ଅନେକ ସମୟରେ କିଛି ଲୋକ ଭୁଲ୍ ନକରି ମଧ୍ୟ ଦଣ୍ଡ ପାଇଥିବାର ଉଦାହରଣ ଦେଖିବାକୁ ମିଳିଛି । ସାଧାରଣ ଭାବେ ହେଲମେଟ ନ ପିନ୍ଧିଲେ, ରଙ୍ଗ ସାଇଡରେ ଗାଡ଼ି ଡ୍ରାଇଭ୍ କଲେ, ଟ୍ରାଫିକ୍ ନିୟମ ନ ମାନିଲେ ଚାଲାଣ କଟିଥାଏ । ଖବର ମୁତାବକ, ହେଲମେଟ୍ ପିନ୍ଧିନଥିବାରୁ ଜଣେ କାର ଚାଳକଙ୍କୁ ୧ ହଜାର ଟଙ୍କାର ଜରିମାନା କରାଯାଇଛି । ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଘଟିଛି ଏଭଳି ଏକ ଅଜବ ଘଟଣା । ନୋଏଡ଼ାଠାରୁ ପାଖାପାଖି ୨୦୦ କିମି ଦୂର ରାମପୁର ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲକୁ କିଛିଦିନ ତଳେ ଏକ ମେସେଜ୍ ଆସିଥିଲା । ଟ୍ରାଫିକ୍ ପୋଲିସ ତରଫରୁ ଉକ୍ତ ମେସେଜ୍ ଆସିଥିବା ବେଳେ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିବାରୁ ତାଙ୍କର ଚାଲାଣ କଟିଛି| ବ୍ୟକ୍ତିଜଣଙ୍କ ପେଶାରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ସେ ସର୍ବଦା କାର୍ ବ୍ୟବହାର କରିଥାନ୍ତି ।ଦୁଇ ଚକିଆ ଯାନ ଚଳାଉନଥିବା ବେଳେ ତାଙ୍କ ନିକଟକୁ ଉକ୍ତ ଚାଲାଣ କେମିତି ଆସିଲା ତେବେ ଟ୍ରାଫିକ୍ ବିଭାଗ ପକ୍ଷରୁ ଭୁଲରେ ଏଭଳି ମେସେଜ୍ ଆସିଥିବ ଭାବି ସେ ଚୁପ୍ ରହିଯାଇଥିଲେ । ଏହାପରେ ସେ ଟ୍ରାଫିକ ଥାନାକୁ ଯାଇ ସେ ଦୁଇଚକିଆ ଯାନ ଚଳାଉଥିବା ବିଷୟରେ କହିଥିଲେ । ମାତ୍ର ତାଙ୍କର କଥା କେହି ଶୁଣି ନଥିଲେ |
