ଦିର୍ଘ ୧୯ ବର୍ଷ ଧରି ସେବା ବଦଳରେ ଲୋକଙ୍କୁ ନିର୍ଯାତନା ଓ ମନମୁଖି ଶାସନ ଚଳାଇଥିବା ANM ଙ୍କ ବିରଦ୍ଧରେ ତେଜୁଛି ପଞ୍ଚାୟତ ବାସୀଙ୍କ ବିରଧ। ଏଭଳି ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ପ୍ରାଥମିକ ସ୍ବାସ୍ଥକେନ୍ଦ୍ରରେ କାର୍ଯ୍ୟରତ ଥିବା ANM ପ୍ରିୟମ୍ବଦା ଭୋଇଙ୍କ ବିରଧରେ । ଆଜି ସାହାଡା ପଞ୍ଚାୟତବାସୀ ଏକତ୍ରିତ ହୋଇ ପ୍ରାଥମିକ ସ୍ବାସ୍ଥ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭୀଯୋଗ ପତ୍ର ପ୍ରଦାନ କରିବା ସହ କାର୍ଯ୍ୟରତ ANM ପ୍ରିୟମ୍ବଦା ଭୋଇ ଅଞ୍ଚଳର ନିରିହ ଆଦିବାସୀଙ୍କୁ ସେବା ବଦଳରେ ପୁଳା ପୁଳା ଟଙ୍କା ଲୁଟିବା ସହ ଆୟୁରବେଦିକ ଔଷଧ ଆଣି ଗରିବ ଆଦିବାସୀ ମାନଙ୍କୁ ପାଞ୍ଚରୁ ଦଶଗୁଣା ମୂଲ୍ୟରେ ବିକ୍ରି କରିବା ଏବଂ ଗର୍ଭବତୀ ମାନଙ୍କୁ ପ୍ରସବ କରାଇବା ପାଇଁ ଟଙ୍କା ମାଗିବା ସହ ଆଶାକର୍ମୀ ମାନଙ୍କୁ ପ୍ରତେକ ମାସରେ ମିଳୁଥିବା ଦରମାରୁ କିଛି ପ୍ରତିଶତ ଟଙ୍କା ମାଗୁଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏଭଳି ANM ଙ୍କ ବିରଧରେ ଦୃଡ କାର୍ଯ୍ୟାନୁଷ୍ଠାନ ନେବା ସହ ଏଠାରୁ ବଦଳି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ଆଗରେ ଧାରଣା ଦେବାପାଇଁ ଚେତାବନି ଦେଇଛନ୍ତି ଅଞ୍ଚଳବାସୀ ।

You can share this post!
author