ସାଧାରଣ ନିର୍ବାଚନରେ ଦେଖା ଦେଇଥିବା ବିଭ୍ରାନ୍ତି ଓ ବିସଙ୍ଗତି ସଂକ୍ରାନ୍ତରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି . ପୂର୍ବରୁ ନିର୍ବାଚନ ବିଶ୍ଲେଷଣ କରୁଥିବା ଦୁଇ ଦୁଇଟି ସଂସ୍ଥା ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି . ବିଭିନ୍ନ ସଂସଦୀୟ କ୍ଷେତ୍ର ଗୁଡିକରେ ମତଦାନ ଓ ଇଭିଏମ ଭୋଟ ମଧ୍ୟରେ ପାର୍ଥକ୍ୟ ମତ ଦାନ ହାରରେ ଅହେତୁକ ବୃଦ୍ଧି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ମତଦାନ ସଂଖ୍ୟାରୁ ଇଭିଏମରେ ଅଧିକ ଭୋଟ ବାହାରିବା ସମସ୍ତଙ୍କୁ ସନ୍ଦେହରେ ପକାଉଛି .
ଓଡ଼ିଶାର ୧୭ଟି ସଂସଦୀୟ କ୍ଷେତ୍ରରେ ୪୨ଲକ୍ଷ ଭୋଟ ଏପଟସେପଟ ହୋଇଥିବା ର୍ପୂବରୁ ଅଭିଯୋଗ ହୋଇଥିବା ବେଳେ ବିଜେଡ଼ି ଗତ ଡିସେମ୍ବର ମାସରେ ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଥିଲା .ମୁଖ୍ୟନିର୍ବାଚନ କମିସନ ଅବସର ପୂର୍ବରୁ ଏହାର ଉତର ଦେବାକୁ ଦାବି କରିଛନ୍ତି . ଏହାରି ମଧ୍ୟ ରେ ଡିଜିଟାଲ ଗଣମାଧ୍ୟମ ଦ କ୍ୱିଟ ମଧ୍ୟ ପ୍ରଶ୍ନ ଉଠାଇଛି . ଓଡ଼ିଶା ,ଆନ୍ଧ୍ର ,ଅରୁଣାଚଳ ପ୍ରଦେଶରେ ଅଧିକ ଭୋଟ କେଉଁଠୁ ଆସିଲରା ବୋଲି ଦାବି କରିଛି .
ଏପରି ସମ୍ବେଦନ ଶୀଳ ଘଟଣାରେ ନିର୍ବାଚନ ଅୟୋଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ଦାବି କରାଯାଉଛି . ଦ କ୍ୱିଟ ରିପୋର୍ଟ ଢ଼େଙ୍କାନାଳ ସସଦୀୟ କ୍ଷେତ୍ର କଥା ଉଲେଖ କରିଛି .ଢ଼େଙ୍କାନାଳ ଲୋକସଭା ପାଇଁ ଯେତିକି ଭୋଟର ମତଦାନ କରିଥିଲେ ଇଭିଏମରେ ତାଠାରୁ ୪୦୫୬ ଭୋଟ ଅଧିକ ମିଳିଥିବା କ୍ୱିଟ ନିଜ ରିପୋର୍ଟରେ ଉଲେଖ କରିଛି . କ୍ୱିଟ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଓଡ଼ିଶା ,ଆନ୍ଧ୍ର,ସିକ୍କିମରେ ଲୋକସଭା ଏବଂ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ମତଦାନରେ ପ୍ରାୟ ୮୧୯୧୬ ଭୋଟର ପ୍ରାର୍ଥକ୍ୟ ରହିଛି .