ହିଟୱଭ ମୁକାବିଲା ପାଇଁ ମାଷ୍ଟର ପ୍ଲାନ୍

ହିଟୱଭ ମୁକାବିଲା ପାଇଁ ମାଷ୍ଟର ପ୍ଲାନ୍

ଭୁବନେଶ୍ୱର: ଆଗକୁ ଆସୁଛି ଖରା  । ଅନୁଭୂତ ହୋଇପାରେ  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏନେଇ ସେପଟେ ଆଗୁଆ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ବିଭାଗ  ।  ହିଟଓ୍ବେଭ ମୁକାବିଲା ପାଇଁ ଆରମ୍ଭ ହେଲା ସ୍ବାସ୍ଥ୍ୟ ବିଭାଗର ମାଷ୍ଟର ପ୍ଲାନ । ଟାଣ ଖରାରେ ଘର ବାହାରକୁ ନ ଯିବାକୁ ପରାମର୍ଶ ଦିଆଗଲା ।

ଗୁରୁତବପୂର୍ଣ୍ଣ କାମ ନଥିଲେ, ପିଲା କି ବୟସ୍କମାନଙ୍କୁ ଦିନ ୧୧ରୁ ୩ ଭିତରେ ପଦାକୁ ନ ଯିବାକୁ ବି ପରାମର୍ଶ ଦିଆଯାଇଛି । ଏନେଇ ରାଜ୍ୟବାସୀଙ୍କୁ ସତର୍କ ସୂଚନା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ  ।  ବାହାରକୁ ଗଲେ ଛତା, ଚଷମା ଓ ପାଣି ନେଇକି ଯିବାକୁ ପରାମର୍ଶ ଦିଆଯାଇଛି ।

ଅଂଶୁଘାତରେ ଯେପରି କୌଣସି ଜୀବନ ନ ଯାଏ, ସେଥିପ୍ରତି ବେଶ ପ୍ରଯତ୍ନ ରହିଛି ବିଭାଗ  । ଖରାକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି  । କିଭଳି ଖରାରରେ କୌଣସି ପ୍ରାଣହାନି ନଘଟିବ ତାହାକୁ ଦୃଷ୍ଟିରେ ରଖିଛି ସ୍ୱାସ୍ଥ୍ୟ ବିଭାଗ  । ଯାହାକୁ ନେଇ ଜାରି କରାଯାଇଛି ନିର୍ଦ୍ଦେଶାବଳୀ  ।

author

Related Articles

Leave a Reply

Your email address will not be published. Required fields are marked *