ଗୋଟିଏ ଦିନ ପରେ ମୁଣ୍ଡରୁ ସବୁ ବ୍ୟାଣ୍ଡେଜ ଖୋଲି ଦିଆଯାଇଛି .ମୁଣ୍ଡରେ ଲାଗିଥିବା ସବୁ କ୍ଷତି ଚିହ୍ନ ସମ୍ପୂର୍ଣ୍ଣ ମିଳେଇ ଯାଇଛି .ଆସିୟୁରେ ରୋଗୀମାନଙ୍କୁ ମୋବାଇଲ ବି ବ୍ୟବହାର କରିବାକୁ ଦିଆଯାଉଛି . ଥରେ ଦେଖନ୍ତୁ ଏହି ଫଟୋକୁ ଜାଣିପାରିଲେତ ଏ କିଏ ?ଏ ହେଉଛନ୍ତି ଆମ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯାହାକୁ ରାହୁଲ ଗାନ୍ଧୀ କାଳେ ଠେଲି ଦେବାକୁ ସେ ତଳେ ପଡ଼ି ତାଙ୍କ ମୁଣ୍ଡ ଫାଟିଯାଇଥିଲା . ପରେ ସେ ମେଡ଼ିକାଲରେ ଭର୍ତି ହୋଇଥିଲେ .ଆଉ ତାଙ୍କ ଆଇସିୟୁରେ ଭର୍ତି କରାଯାଇଥିଲା . କିନ୍ତୁ ଆଇସିୟୁରେ ଯେ ରୋଗୀ ଫୋନରେ କଥା ହୋଇପାରନ୍ତି ତାହା ଆମେ ଜାଣିନଥିଲୁ . ତେବେ ସାଂସଦଙ୍କ ଫୋନରେ କଥା ହେବା ଏକ ଫେଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି .
ତେବେ ଏହାରି ଭିତରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ .ଦିଲ୍ଲୀର ଆରଏମଏଲ ନୋଏଡାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ .ସଂସଦରେ ରାହୁଲ ଗାନ୍ଧୀଙ୍କ ଠେଲାପେଲାରେ ଆହତ ହୋଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ .ସେବେଠାରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା .ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା .ଏବେ ତାଙ୍କୁ ପୁଣିଥରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି .