ଏସପିଙ୍କୁ କେଭି ପଢାଇଲେ ଆଇନର ପାଠ

ବଲାଙ୍ଗୀର : ବଲାଙ୍ଗୀର ଏସପିଙ୍କୁ ପାଖରେ ବସାଇ ଆଇନଶୃଙ୍ଖଳାର ପାଠ ପଢାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂ ଦେଓ  । ପାଟଣାଗଡରେ କେଭି ସିଂହ ଦେଓ ଓ ଏସପି ନୀତିନ କୁଶଲ କରଙ୍କ ବାର୍ତ୍ତାଳାପର ଭିଡିଓ ଏବେ ସାମ୍ନାକୁ ଆସିଛି  । ଏସପି-ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଆଇନ ଶୃଙ୍ଖଳାକୁ ନେଇ କଥା କଟାକଟି ହୋଇଥିବା ଜଣାପଡ଼ିଛି । ଆଉ ଯାହାଦ୍ୱାରା  ଏସପିଙ୍କୁ ଆଇନର ପାଠ ପଢାଇଛନ୍ତି କେଭି ସିଂ ଦେଓ  । ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଚାଲିଛନ୍ତି କେଭି ।

ହେଲେ ବିଭିନ୍ନ ମାମଲାରେ ଏସପିଙ୍କ ସେହି ସମାନ ଉତ୍ତର ଥିଲା, ଘଟଣାର ତଦନ୍ତ ଚାଲିଛି  । ଯାହାକୁ ନେଇ କେଭି ଏସପିଙ୍କୁ ଓଲଟା ପ୍ରଶ୍ନ କରିଥିଲେ  ।  ସେପଟେ ହତ୍ୟା ମାମଲା ଚପାଇ ଦେବାକୁ ମାମଲାକୁ ଅନ୍ୟରୂପ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି କେଭି ।  ଏହା ପରେ କେଭିଙ୍କ ଉତ୍ତର ରଖିଛନ୍ତି ଏସପି  । ପ୍ରକୃତରେ ପାଟଣାଗଡର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଦୁଇଦିନ ତଳେ ବିଜେପି କର୍ମୀମାନେ ସ୍ଥାନୀୟ ଥାନା ଆଗରେ ଧାରଣା ଦେଇଥିଲେ  ।

ଏଥିରେ ସାମିଲ ହୋଇଥିଲେ କେ.ଭି ସିଂହଦେଓ । କେବଳ ସେତିକି ନୁହେଁ  ଆନ୍ଦୋଳନକୁ ଏସପି ଆସିଲେ ଧାରଣାରୁ ଉଠିବେ ବୋଲି ଜିଦ୍ ଧରି ବସିଥିଲେ ଆନେ୍ଦାଳନକାରୀ  । ଶେଷରେ ଘଟଣାସ୍ଥଳରେ ଏସପି ଆସି ପହଞ୍ଚି୨ବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥଲେ ବି ଦାବି ପୂରଣ ପାଇଁ ୭ ଦିନର ମହଲତ ଦେଇଛନ୍ତି  । ତେବେ କେବେ ଏହି ଆନେ୍ଦଳନ କାରଙ୍କ ଦାବ ପୁରଣ ହେଉଛି ତାହାଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *