ଗୋପାଳ ଖୋଲିଲା ଗୁମର

ଗୋପାଳ ଖୋଲିଲା ଗୁମର

ଭୁବନେଶ୍ବର: ଆଜି ଗୁଜରାଟରୁ ଓଡ଼ିଶା ଆସିବ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୂ ହତ୍ୟା କରିଥିବା  ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଝାରସୁଗୁଡ଼ା ଆସିବ ଗୋପାଳ । ବୁଧବାର ଅଭିଯୁକ୍ତକୁ ନେଇ ଗୁଜରାଟର ଗାନ୍ଧିନଗର ଯାଇଥିଲା କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ । ସେଠାରେ ତା’ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ନାର୍କୋ ଟେଷ୍ଟରେ ଗୋପାଳ ଅନେକ ଗୁମର ଖୋଲିଥିବା ଜଣାପଡ଼ଛି । ତେବେ ନବଙ୍କ ମୃତୁ୍ୟକୁ ନେଇ ଅନେକ ସନେ୍ଦହ  ଆସୁଥିବା ବେଳେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲା ଗୋପାଳ  । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ନାର୍କୋଟେଷ୍ଟର ପ୍ରଶ୍ନ ।

କାହିଁକି ନବଙ୍କୁ ହତ୍ୟା କରିଥିଲା ଗୋପାଳ ? ହତ୍ୟା ପଛର କ’ଣ ଥିଲା କାରଣ? କେଉଁ କାରଣରୁ ନବଙ୍କ ଉପରେ ଥିଲା ଗୋପାଳର ରାଗ ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଥିବା ଜଣାପଡ଼ଛି।

କେବଳ ଏତିକି ନୁହେଁ ସେପଟେ, ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଥିଲା ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ବେହୋସ ଥିଲା । କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବା ପରେ ତାର ଚେତା ଫେରିଥିଲା । ତେବେ ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ଗୋପାଳକୁ ତୃତୀୟ ପର୍ୟ୍ୟାୟରେ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ଆସନ୍ତାକାଲି ଅର୍ଥାତ ସୋମବାର ସରୁଛି ଗୋପାଳର ରିମାଣ୍ଡ ଅବଧି ।

author

Related Articles

Leave a Reply

Your email address will not be published. Required fields are marked *