୨ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇଛି । ଗସ୍ତ ପୂର୍ବରୁ କାରକେଡ ରିହର୍ସାଲ କରିବ ପୋଲିସ । ସୁରକ୍ଷା ପାଇଁ ୪୦ପ୍ଲାଟୁନ ପୋଲିସ, ୨ଶହରୁ ଅଧିକ ଅଫିସର ଏବଂ ରୁଫଟପ୍ ସୁରାକ୍ଷା କର୍ମୀ ମୁତୟନ କରାଯିବ । ୧୦ ତାରିଖ ଦିନ ପ୍ରାୟ ୧୨ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।
ଏହାପରେ ବିମାନ ବନ୍ଦରରୁ ସିଧାସଳଖ ଭୁବନେଶ୍ୱର ଉକ୍ରଳ ମଣ୍ଡପରେ ହେବାକୁ ଥିବା ମିଶନ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବେ । ପରେ ଅପରାହ୍ନ ୪ଟାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ୧୧ତାରିଖ ଦିନ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରବେ ।
ସେଠାରେ ପୂଜାର୍ଚ୍ଚନା ସହ ବେଢା ପରିକ୍ରମା କରିବାର କାର୍ୟ୍ୟକ୍ରମ ରହିଛି ।ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ କଟକର ନାସନାଲ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚି୍ୟଟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ । ଏହାପରେ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।