ବଲିଉଡର ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଆଉ ସେ ପର୍ସନାଲ ସହ ପ୍ରଫେସନାଲ ଲାଇଫକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ନିକଟରେ ତାଙ୍କ ମା’ଙ୍କର ନିଧନ ହୋଇଥିଲା। ଏଥିପାଇଁ ରାଖୀ ସାଓ୍ବନ୍ତ ହସ୍ପିଟାଲରେ କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।
ଏହି ଭିଡିଓରେ ରାଖୀ କାନ୍ଦି କାନ୍ଦି ନିଜ ଅବସ୍ଥା ଖରାପ କରିଦେଇଥିଲେ। ଥଳଈ କହିଥିଲେ ତୁମକୁ ହରାଇବା ପରେ ମୋ ପାଖରେ ଆଉ କିଛି ନାହିଁ ହରାଇବାକୁ। କିନ୍ତୁ ଆଜି ପୁଣି ସେ ଆଉ ଜକ୍ଷଔ ରଶମହ କ୍ଷଗଳଗ୍ଦତୟଗ୍ଦଭ ହରାଇଛନ୍ତି। ସେ ହେଲେ ତାଙ୍କ ମନର ମଣିଷ ଅର୍ଥାତ ତାଙ୍କ ସ୍ବାମୀ ଆଦିଲ ଦୁରାନୀ ଖାନ।
ନିକଟରେ ରାଖୀ ସାଓ୍ବାନ୍ତଙ୍କର ବିବାହ ଏକ ମୁସଲିମ ସମ୍ପ୍ରଦାୟରେ ହୋଇଥିଲା। ହେଲେ ଏବେ ଏହି ବିବାହ ଭାଙ୍ଗିବାକୁ ବସିଛି। ରାଖୀ ସାଓ୍ବନ୍ତଙ୍କର ସ୍ବାମୀ ଆଦିଲ ଖାନଙ୍କୁ ମଙ୍ଗଳବାର ମୁମ୍ବାଇ ପୋଲିସ ଗିରଫ କରିଛି। ରାଖୀ ଆଦିଲଙ୍କୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି।
ସୋସିଆଲ ମିଡିଆରେ ରାଖୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି, ମୋର ଏବଂ ଆଦିଲଙ୍କର ସମ୍ପର୍କ ସବୁଦିନ ପାଇଁ ଶେଷ ହୋଇଛି। କାରଣ ମୋ ଜୀବନ ନଷ୍ଟ କରିଛନ୍ତି ଆଦିଲ। ଏ କଷ୍ଟ ଆଉ ସହିପାରିନି। ବିବାହ ପରଠାରୁ ରାଖୀଙ୍କ ଜୀବନରେ କିଛି ନା କିଛି ନୂଆ ଘଟଣା ଘଟି ଚାଲିଛି। ରାଖୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ମା’ ଆଦିଲଙ୍କ ପାଇଁ ମୃତ୍ୟୁବରଣ କରିଛନ୍ତି।
ରାଖୀ ଆଦିଲ ଦୁରାନୀଙ୍କ ବିରୋଧରେ ମୁମ୍ବାଇ ଓସିଆରା ପୋଲିସ ଷ୍ଟେସନରେ ମାରପିଟ ସହ ପ୍ରତାରଣାର ଅଭିଯୋଗ କରିଥିଲେ। ଏହି ଏତଲାରେ ଉଲ୍ଲେଖ ଥିଲା ଯେ, ତାଙ୍କ ସ୍ବାମୀ ତାଙ୍କ ଗହଣା ସହ ୧କୋଟି ଟଙ୍କା ନେଇ ପଳାଇଥିଲେ। କେବେଳ ସେତିକି ନୁହେଁ ଆଦିଲ ଅନ୍ୟ ଝିଅ ସହ ସହ ମାରପିଟ କରି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ରାଖୀ। ଏନେଇ ଓସିଆରା ପୋଲିସ ଏକ ମାମଲା ରୁଜୁ କରି ତାଙ୍କ ସ୍ବାମୀ ଆଦିଲଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।