ବତକର ରାମ୍ପ୍ ଶୋ

ବତକର ରାମ୍ପ୍ ଶୋ

ବୁ୍ୟରୋ : ଆପଣମାନେ ଜାଣିଥିବେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଆଉ ଯାହା ଅନେକ ସମୟରେ ହସର ଖୋରାକ ଯୋଗାଉଛି। ତେବେ ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଜାଣିଥବେ ଯେ, ଆଜିକାଲି ଦୁନିଆରେ ଷ୍ଟାଇଲ ମାରିବା କାହାର ପସନ୍ଦ ନୁହଁ । ବା ଷ୍ଟାଇଲ ମାରିବାକୁ କିଏ ପସନ୍ଦ ନକରେ । ହେଲେ ଜାଣିଛନ୍ତି କି ବତକ କି ପଶୁ ପକ୍ଷୀ କେବେ ଷ୍ଟାଇଲ ମାରିବାର । ହେଲେ ହଁ ଦର୍ଶକ ବନ୍ଧୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
ଗୋଟେ ଭିଡିଓରେ ଏକ ବତକକୁ ଦେଖିବାକୁ ମିଳୁଛି। ଆଉ ଯେଉଁଥିରେ ବତକଟି ରାସ୍ତାରେ ରାମ୍ପ ଶୋରେ ଚାଲିକି ଗଲାଭଳି ଯାଉଛି। ଯାହା ଦେଖିବାକୁ ବହୁତ ମଜା ଲାଗୁଛି । ତେବେ ଏହି ଭଡିଓକୁ ବୁଟେନ୍ ଗେବିଡେନ୍ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ଅନେକ ୟୁଜର୍ସ ପସନ୍ଦ କରୁଥିବା ବେଳେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *