Uber ବୁକ୍ କରୁଥିଲେ ସାବଧାନ

Uber ବୁକ୍ କରୁଥିଲେ ସାବଧାନ


ସାବଧାନ ହୋଇଯାଆନ୍ତୁ ଯଦି ଆପଣବି ଚଳାଉଛନ୍ତି ଉବେରୋ ଅଟୋ . ଆପଣଙ୍କର ବି ବିଚ୍ ରାସ୍ତାରେ ଅଟୋରୁ ଚକା ଖୋଲାହୋଇଯିବ . ଥରେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ କିପରି ଉବେରୋ ଅଟୋ ଚାଲକଙ୍କୁ ହଇରାଣ କରାଯାଉଛି . କାହାର ଚକାରୁ ପମ୍ପ ଖୋଲା ଯାଉଛି ତ କାହାର ଅଟୋରୁ ଚକା ଖୋଲିବାକୁ କୁହାଯାଉଛି . ତେବେ ଏହା ଆଉ କେଉଁଠି ନୁହେଁ ରାଜଧାନୀ ଛାତି ଉପରେ ଘଟଛୁ ଏପରି ଘଟଣା . ଆପଣ ଏବେ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏହା ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ନିକଟରେ .ଯେଉଁଠାରେ ଏକ ଅନଲାଇନ ଅଟୋ ସଂଘ ପକ୍ଷରୁ ଉବେରୋ ଚଳା ଚଳକୁ ବିରୋଧ କରାଯାଉଛି . ଏହି ଗୋଷ୍ଠୀର କିଛି ଲୋକେ ପ୍ରଥମେ ନିଜ ଫୋନରେ ଉବେରୋ ଅଟୋ ବୁକ କରୁଛନ୍ତି .ପରେ ଲୋକେ ସନରେ ଅଟୋ ଚାଲକ ଆସି ପହଂଚିବା ପରେ .ସେମାନଙ୍କ ଫୋନରୁ ପ୍ରଥମେ ଆପକୁ ଡିଲିଟ କରିବା ସହ ତାଙ୍କ ଅଟୋ ଚକାରୁ ପମ୍ପ ଖୋଲା ଯାଉଛି . ଏପହି ପରି କରି ସେମାନେ ଲୋକଙ୍କୁ ହଇରାଣ କରୁଛନ୍ତି .

ଦେଖନ୍ତୁ ଏଠାରେ ଜଣେ ବୁଢ଼ା ମଉସାବି ଦୁଇ ପଇସା ପାଇବା ଆଶାରେ ଅଟୋ ନେଇକି ଆସିଛି ଏମାନଙ୍କ ଜାଲରେ ପଡ଼ିଛନ୍ତି . ଶେଷରେତାଙ୍କ ଅଟୋ ଚକାରୁବି ପମ୍ପ ବାହାର କରାଯାଉଛି . ଯାହା ଦ୍ୱାରା ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖିନ ହେଉଛନ୍ତି .ତେବେ ସବୁଠାରୁ ବଡ଼ କଥାହେଉଛି ରାଜଧାନୀରେ ଏପରି ସବୁ ଚାଲିଥିବା ବେଳେ .ପୋଲିସ ପ୍ରଶାସନର ଦୃଷ୍ଟିରେ ପଡ଼ୁନି କେମିତି ? ଦିନ ରାତି ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପାଟ୍ରୋଲିଙ୍ଗ କରୁଛି . କିନ୍ତୁ ଦିନ ଦୁଇ ପ୍ରହରରେ ଏପରି ଉବନ ଚଲାଇଥିବା ଅଟୋ ଚାଳକଙ୍କ ୁ ହଇରାଣ କରାଯାଉଥିବା ଦେଖିବାକୁ ମିଳୁଛି .

author

Related Articles

Leave a Reply

Your email address will not be published. Required fields are marked *