ଅକ୍ଟୋବରରେ କାହାର ସାମନା କରିବେ ଓଡିଶାବାସୀ ? ବାତ୍ୟାର ନା ତାତିର ?

ଅକ୍ଟୋବରରେ କାହାର ସାମନା କରିବେ ଓଡିଶାବାସୀ ? ବାତ୍ୟାର ନା ତାତିର ?

ଆସିଲା ଅକ୍ଟୋବର କରିବ ଧ୍ୱସଂ । ସାଧାରଣତ ଆମେ ଜାଣିଛେ ଅକ୍ଟୋବରରେ ବର୍ଷା ଓ ବାତ୍ୟା ର ବିତ୍ପାତ ଦେଖିବାକୁ ମିଳେ । ବାତ୍ୟାର ନାଁ ଶୁଣିଲେ ଓଡିଶାବାସୀଙ୍କ ମନରେ ଏକ ଛନକା ପଶିଯାଏ । ଏହି ମହା ଭୟଙ୍କର ବାତ୍ୟା ସବୁ ହେଉଛି 1999ର ମହାବାତ୍ୟା, 2013ର ଫାଇଲିନ, 2014ର ହୁଡୁହୁଡୁ ଏବଂ ତିତିଲ । ଆଜି ବି ମହାବାତ୍ୟାର ଚିହ୍ନ ଲୋକଙ୍କ ମନରୁ ଲିଭିନି । କିନ୍ତୁ ଚଳିତ ବର୍ଷ ସେହି ଅକ୍ଟୋବର ରେ ବର୍ଷା ବାତ୍ୟା ବଦଳରେ ପ୍ରଚଣ୍ଡ ତାତି ଦେଖାଯିବ ବୋଲି ସୂଚନା ମିଳୁଛି । ମୌସୁମୀର ଆଜି ଅନ୍ତ ଘଟିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଚାରି ମାସରେ ସର୍ବମୋଟ 820 ମିଲିମିଟର ବର୍ଷା ରେକର୍ଡ ହୋଇଛି । ହେଲେ ଏବେ ପାଣିପାଗ ବିଭାଗର ଏକ ସତର୍କ କରାଇଲା ଭଳି ତଥ୍ୟ ସାମନାକୁ ଆସିଛି ଯେ ଅକ୍ଟୋବର ରେ କମ ବର୍ଷା ହେବ ଏବଂ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ।

ଏକ ସାମ୍ବାଦିକ ସମ୍ମିଳନୀରେ IMD ଅଧକ୍ଷ ମୃତ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ 2023 ମୌସୁମୀ ଋତୁରେ ଏଲନିନୋ ସର୍ତ୍ତ୍ୱେ କମ ବର୍ଷା ହୋଇଥିଲା । ସେହିପରି ଅକ୍ଟୋବରରେ ମଧ୍ୟ ଏଲନିନୋ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ତେବେ ସାରା ଦେଶରେ ମାସିକ ବୃଷ୍ଟିପାତ ଗତ ଜୁନ ମାସରେ ଏପ୍ରିଲରେ 91 ପ୍ରତିଶତ,ଜୁଲାଇ ଓ ସେପ୍ଟେମ୍ବରରେ ମଧ୍ୟ 113 ପ୍ରତିଶତ ବର୍ଷା ହୋଇଛି । ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ଫେରିଥିବା ବେଳେ ଜମ୍ମୁ,ହିମାଞ୍ଚଳ ପ୍ରଦେଶ,ଉତ୍ତରାଖଣ୍ଡ ଭଳି ସ୍ଥାନରେ ମୌସୁମୀ ଫେରିଯାଇଛି ଫଳରେ ଅକ୍ଟୋବର ରେ କମ୍ ବର୍ଷା ହୋଇ ତାପମାତ୍ରା ବଢିବ ବୋଲି ଆଶଙ୍କା କରାଯାଇଛି ।

ଗୋଟିଏ ପଟେ IMD ଚଳିତ ବର୍ଷ କମ୍ ବର୍ଷା ହୋଇଥିବା କହି ଆଶ୍ୱସ୍ତି ଦେଇଥିବା ବେଳେ ଅନ୍ୟପଟେ ଅକ୍ଟୋବର ରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ କହି ଏକ ପ୍ରକାର ଝଟକା ଦେଇଛି ।  

author

Related Articles

Leave a Reply

Your email address will not be published. Required fields are marked *