ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ହଁ ଦର୍ଶକ ବନ୍ଧୁ ଆଜିଠାରୁ ରାଜ୍ୟବ୍ୟାପି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଯେ”ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ ଚଳାଇବେ । ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ ବସ୍‌ । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସରେ ଆମର ସମସ୍ୟା ନାହିଁ । କିନ୍ତୁ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବାକୁ ଥିବା ବସକୁ ନେଇ ସଂଘର ସହ ବିଭାଗର ବିବାଦ ରହିଛି । ତେଣୁ ଏଠାରେ ଆମକୁ ସାମିଲ କରିବା ଲାଗି ଆମେ ଦାବି କରିଛୁ । ଏ ବାବଦରେ ଖୁବଶୀଘ୍ର ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।”

author

Related Articles

Leave a Reply

Your email address will not be published. Required fields are marked *