ଅଗ୍ନିବୀରର ନୂଆ ନିୟମ…

ଅଗ୍ନିବୀରର ନୂଆ ନିୟମ…

ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବଡ ପରିବର୍ତ୍ତନ କରାଯାଇଛି । ଏବେ ଅଗ୍ନିବୀର ସେନାରେ ନିଯୁକ୍ତି ପାଇବାକୁ ହେଲେ ସାଧାରଣ ପ୍ରବେଶ ପରୀକ୍ଷା ଦେବାକୁ ହେବ । ଏହି ପରୀକ୍ଷାରେ ପାସ କରିଥିବା ଛାତ୍ରଙ୍କର କେବଳ ଫିଜିକାଲ ଫିଟନେସ ଓ ମେଡିକାଲ ଟେଷ୍ଟ ହେବ । ବଭିନ୍ନ ପତ୍ରିକା ମାଧ୍ୟମରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରଥମ ଅନ୍‌ଲାଇନ ସିଇଇ ଅପ୍ରେଲ ମାସରେ କରାଯିବ । ଏହି ପରୀକ୍ଷା ଦେଶର ପ୍ରାୟ ୨୦୦ କେନ୍ଦ୍ରରେ କରାଯିବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଏହି ପ୍ରକ୍ରିୟା ଦ୍ୱାରା ପରୀକ୍ଷା ପାଇଁ ଭିଡ ବି କମ ହେବ । ତେବେ ପୂର୍ବରୁ ପ୍ରଥମେ ଅଗ୍ନିବୀର ନିମନ୍ତେ ଫିଜିକାଲ ଫିଟନେସ ଟେଷ୍ଟ ଏବଂ ପରେ ଡାକ୍ତରୀ ପରୀକ୍ଷା ହେଉଥିଲା ।ଶେଷରେ ପ୍ରବେଶିକା ପରୀକ୍ଷାରେ ପାସ ହେବାକୁ ପଡିଥିଲା । ଏଣିକି ଅଗ୍ନିବୀର ନିଯୁକ୍ତି ପାଇଁ ୩ ଫେଜରେ ଚୟନ କରାଯିବ । ପ୍ରଥମେ ଦିଆଯାଇଥିବା କେନ୍ଦ୍ରରେ ପ୍ରାର୍ଥୀଙ୍କ ପାଇଁ ଅନଲାଇନ ପରୀକ୍ଷା ହେବ । ତା’ପରେ ଶାରୀରିକ ଫିଟନେସ ପରୀକ୍ଷା ଓ ଶେଷରେ ମେଡିକାଲ ପରୀକ୍ଷା କରାଯିବ ବୋଲି ଜଣାଯାଇଛି । ଏହି ପ୍ରକ୍ରିୟା ୨୦୨୩-୨୪ ବର୍ଷ ପାଇଁ ଲାଗୁ ହେବ । ଏହି ନୂଆ ପ୍ରକ୍ରିୟା ଦ୍ୱାରା ୪୦,୦୦୦ ସେନାଙ୍କୁ ନିଯୁକ୍ତି ଦିଆଯିବ ।ତେବେ ପୁରୁଣା ନିୟମ ଅନୁସାରେ ୧୯୦୦୦ ଅଗ୍ନିବୀର ସେନାରେ ଯୋଗ ଦେଇ ସାରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *