ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଭତ୍ତା ଓ ଅନ୍ୟାନ୍ୟ ଦାବୀ ନେଇ ଅହୋରାତ୍ର ଧାରଣା।

ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଭତ୍ତା ଓ ଅନ୍ୟାନ୍ୟ ଦାବୀ ନେଇ ଅହୋରାତ୍ର ଧାରଣା।

ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଗତ ମାର୍ଚ୍ଚ ୧୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ
କାଳ ପାଇଁ ଦାବି ହାସଲ ପର୍ଯ୍ୟନ୍ତ ଧାରଣା ପରିପ୍ରେକ୍ଷୀରେ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ମାର୍ଚ୍ଚ
୯, ୨୦୨୩ରିଖରେ ଆହୂତ ଆଲୋଚନାରେ ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ଉପରେ ଆପଣଙ୍କ ସହ
ଆଲୋଚନା କରି ବିହୀତ ପଦକ୍ଷେପ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ଫଳରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ସ୍ଥଗିତ ରଖାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ଉପରେ କୌଣସି ଘୋଷଣା ହେଲାନାହିଁ।
ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ୟୁନିୟନକୁ ନେଇଗଠିତ
ଅଙ୍ଗନୱାଡ଼ି କର୍ମଋରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ତରଫରୁ ନିମ୍ନୋକ୍ତ ଦାବିର ସମାଧାନ ପାଇଁ ଦାବି
କରୁଛୁ।
ଭତ୍ତା ବୃଦ୍ଧି : ଅଙ୍ଗନୱାଡ଼ି କର୍ମୀ ସହାୟିକା ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ସୁଚାରୁରୂପେ ସମ୍ପାଦନା କରୁଥିବା ସହ ମା’ ଓ ଶିଶୁର ବିକାଶ ନିମନ୍ତେ ବିଭିନ୍ନ ସେବା ଯୋଗାଇ ଦେଇଆସୁଛନ୍ତି। କିନ୍ତୁ ପାରିଶ୍ରମିକ ବାବଦ ମିଳୁଥିବା ଦେୟ ଅତି ନଗଣ୍ୟ। ରାଜ୍ୟ ସରକାରଙ୍କ ଶାସନରେ ୨୦୦୮ ମସିହାରେ ଟ.୫୦୦/- ଓ ୨୦୧୩ ମସିହାରେ
ଟ.୫୦୦ ଟଙ୍କା, ୨୦୧୭ ମସିହାରେ ଟ.୨୦୦୦/- ଅଙ୍ଗନୱାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି କରାଯାଇଛି।
ଅନୁରୂପ ଭାବେ ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଭତ୍ତା ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ
ତରଫରୁ ମୋଟ୍ ଟ.୩୦୦୦/- ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ
ଟ.୪,୫୦୦/- ମୋଟ୍ ଟ.୭,୫୦୦/- ପ୍ରଦାନ କରାଯାଇଛି। ଅନୁରୂପ ଭାବେ କର୍ମୀ ଓ
ସହାୟିକାଙ୍କୁ ପ୍ରଦାନ କରାଯାଉଛି, ଯାହା ସମୁଦ୍ରକୁ ଶଙ୍ଖା। ବଜାର ଦର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ସ୍ଵଚ୍ଛ ଭତ୍ତାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ତେଣୁ ବାସ୍ତବତାକୁ
ବିଚାର କରି ଅଙ୍ଗନୱାଡ଼ି କର୍ମୀ ସହାୟିକା ଓ ମିନି ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ନିମନ୍ତେ ଦାବି
କରୁଛୁ ବୋଲି କହିଛନ୍ତି ଅଙ୍ଗୱାଡ଼ି କର୍ମୀ।
୨. ଏସ୍.ଏନ୍.ପି. ର ଦର ସଂଶୋଧନ : ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗରମ ରନ୍ଧା ଖାଦ୍ୟରେ ସରକାରଙ୍କ ତରଫରୁ ଧାର୍ଯ୍ୟ ଦେୟରେ ରନ୍ଧନ କରିବା ସମ୍ଭବ ନୁହେଁ। ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପିଛା ଧାର୍ଯ୍ୟ ୮.ଟଙ୍କା, ଜଳଖୁଆ ବାବଦକୁ
ଟ. ୧.୫୦ ପଇସା, ଚାଉଳ ବାବଦ ୦.୩୬ପଇସା, ଜାଳେଣୀ ବାବଦ ୫୦ ପଇସା ମୋଟ୍ ୨ଟଙ୍କା ୩୬ ପଇସା କଟିଗଲା ପରେ ଅବଶିଷ୍ଟ ୫ଟଙ୍କା ୬୪ପଇସାରୁ ଅଣ୍ଡା ବାବଦ ଟ.୫.୦୦ କଟିଯାଉଥିବା ବେଳେ ଧାର୍ଯ୍ୟ ଦରରରେ ରୋଷେଇ କରିବା ସମ୍ଭବ ନୁହେଁ। ବଜାର
ଦର ଯଥା ରୋଷେଇ ଆନୁସଙ୍ଗିକ ସାମଗ୍ରୀର ବଜାର ଦର ବଢ଼ିଚାଲିଛି। ଅଣ୍ଡା ଟ.୫.୦୦ରେ କ୍ରୟ
କରିବା ସମ୍ଭବ ନୁହେଁ । ଟି.ଏଚ୍.ଆର.ରେ ପ୍ରଦାନ କରାଯାଉଥିବା ଅଣ୍ଡାର ଦର ମଧ୍ୟ ଟ.୫.୦୦
ଧାର୍ଯ୍ୟ କରାଯାଇଛି। ଉପରୋକ୍ତ ଦରରେ ରନ୍ଧନ ଓ ଅଣ୍ଡା ଯୋଗାଣ ସମ୍ଭବ ନୁହେଁ । ତେଣୁ ବଜାର
ଦର ଅନୁସାରେ ଏସ୍.ଏନ୍.ପି. ଓ ଟି.ଏଚ୍.ଆର୍. ଧରଧାର୍ଯ୍ୟ କରାଯାଉ ।
୩. ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଅବସର ବୟସ ସୀମା ୬୫ ବର୍ଷ କରାଯିବା ସହ ପ୍ରଦାନ
କରାଯାଉଥିବା ଅବସରକାଳୀନ ସହାୟତା ରାଶି ୪୦ ହଜାର ଓ ୨୦ ହଜାର ପରିବର୍ତ୍ତେ ୫ଲକ୍ଷ
ଟଙ୍କା ପ୍ରଦାନ କରାଯାଉ।
୪. ଅଙ୍ଗନଓ୍ବାଡ଼ି କେନ୍ଦ୍ରର ସୋସିଆଲ୍ ଅଡ଼ିଟ୍ ବନ୍ଦ କରାଯାଉ ।
୫୨୦୦୧ ମସିହାର କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଏ.ଏନ୍.ଏମ୍. ଓ ପ୍ରାଥମିକ ଶିକ୍ଷକ
ନିଯୁକ୍ତି ନିମନ୍ତେ କୋଟା ଧାର୍ଯ୍ୟ କରାଯାଉ। ବୋଲି ସ୍ବର ଉଠାଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *