ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ

ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ


ମୋହନ 5000 ଟଙ୍କା ଦେଇଛନ୍ତି ଆମ ଟଙ୍କା ବାହାରକର . ଆମ ଖାତାକୁ କାହିଁକି ପ୍ରଥମ କିସ୍ତିରେ 5000 ଟଙ୍କା ଆସିଲାଣି . ତେବେ ଲୋକଙ୍କୁ କନ୍ଦାଉଛି ସୁଭଦ୍ରା .ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ନ ଆସିବାରୁ ଅଙ୍ଗନୱାଡୀ କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ ଲୋକେ .ଗୋଟିଏ ପଟେ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ଲକ୍ଷପତି କରିବାର ସ୍ୱପ୍ନ ଦେଖାଉଥିବା ବେଳେ ଅପର ପକ୍ଷେ ଏହାର ବିକଳ ଚିତ୍ରା ସମସ୍ତଙ୍କୁ ମର୍ମାହତ କରିଛି . ତେବେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଵାଲିଆପାଳ ଵ୍ଲକ ଅନ୍ତର୍ଗତ ସିଂଗଲା ଥାନା ଅଞ୍ଚଳର କୁଣ୍ଡୁଳୀ ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି . ଯେଉଁଠାରେ ମାହାପଦାର ଅଙ୍ଗନଓ୍ଵାଡି କର୍ମୀ ଉର୍ମିଳା ସାମଲଙ୍କୁ ଉକ୍ତ ଗ୍ରାମର କଙ୍ଗାରୁ କୋର୍ଟ ସର୍ଵସାଧାରଣରେ ଏକ ସ୍କୁଲ ପରିସରରେ ଗଛରେ ଵାନ୍ଧି ୧୫/୨୦ଜଣ ପୁରୁଷ ଓ ମହିଳା ପାଳି କରି ମାଡ ମାରିଵା ଗୁରୁତର ଆହତ କରିଛନ୍ତି . ସିଂଗଲା ଥାନା ଅଞ୍ଚଳରେ ଏହି ଘଟଣା ଆଇନର ଶାସନ ଉପରେ ଵିଶାଳ ପ୍ରଶ୍ନ ସହ ଏ ଅଞ୍ଚଳକୁ କଳଙ୍କିତ କରିଛି.

ତେବେ ସରକାରଙ୍କ ସୁଭଦ୍ରା ଯୋଜନାର ସହଯୋଗ କରିନଥିଵା ଅର୍ଥାତ ଏହି କର୍ମୀଙ୍କ ମାଧ୍ଯମରେ ଅଫଲାଇନ ଫର୍ମ ଆଵେଦନକାରିଣୀମାନେ ପ୍ରଥମ ଦିନରେ କାହିଁକି ସରକାରଙ୍କଠାରୁ ଟଙ୍କା ପାଇଲେ ନାହିଁ, ସେହି ଅଭିଯୋଗ ରେ ଏ କଂଗାରୁ କୋର୍ଟର ଵର୍ଵରୋଚିତ କାଣ୍ଡ ଘଟିଛି . ପାଖ ଆଖ ଅଞ୍ଚଳରେ ଯେଉଁମାନେ ଏହି ଆକ୍ରମଣ କରିଵା ଠିକ ନୁହେଁ ଵୋଲି ମତ ଦେଲେ ସେମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଯାଇଛି .

ଏହି ଘଟଣାରେ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଜୀଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଵାଲିଆପାଳ ସିଡିପିଓ, ସିଂଗଲା ଥାନା ଅଧିକାରୀ, ଵାଲେଶ୍ଵର ଉପ ଜିଲ୍ଲାପାଳ, ଵାଲେଶ୍ଵର ଏସପି, ଵାଲେଶ୍ଵର ଜିଲ୍ଲାପାଳଙ୍କୁ ଜଣାଇଥିଲେଵି ଏପର୍ଯ୍ଯନ୍ତ କେହି ଗିରଫ ହୋଇନାହାନ୍ତି. ଏହି ଘଟଣାରେ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପିଦକ ଵିଜୟ ଜେନା, ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ସମସ୍ତ ଅପରାଧୀଙ୍କୁ ଅଵିଳମ୍ଵେ ଗିରଫ ସହ ତାଙ୍କ ଵିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନହେଲେ ରାଜ୍ଯଵ୍ଯାପୀ ପ୍ରତିଵାଦ ଆନ୍ଦୋଳନର ଚେତାଵନୀ ଦେଇଛନ୍ତି.

author

Related Articles

Leave a Reply

Your email address will not be published. Required fields are marked *