ବନ୍ଦ ହୋଇଯିବ କି ବିଏସକେୱାଇ କାର୍ଡ ? ଆଉ କାମ କରିବନି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ରାଜ୍ୟରେ ବଢିଚାଲିଛି । ନବୀନ ସରକାର ହଟିବା ପରେ ବିଜେପି ସରକାର ଏସବୁକୁ ବନ୍ଦ କରିଦେଉଥିବା ସାଧାରଣରେ ଚର୍ଚ୍ଚା ବଢିଥିଲା । କିନ୍ତୁ ଏବେ ବି ଏହି କାର୍ଡ ବଳବତ୍ତର ରହିଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ଏପରିକି ଯଦି କୌଣସି ବିଏସକେୱାଇ ପରିଚାଳିତ ହସ୍ପିଟାଲ ରୋଗୀଙ୍କୁ ବିଏସକେୱାଇ କାର୍ଡକୁ ନେଇ ହଇରାଣ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ସଚିବ ଘୋଷଣା କରିଛନ୍ତିା ତେବେ କେବଳ ବିଏସକେୱାଇ କାର୍ଡ ନୁହେଁ ନବୀନ ସରକାର ଯୋଗାଉଥିବା ଆହାର କେନ୍ଦ୍ର ଏବଂ ଲକ୍ଷ୍ମୀ ଯୋଜନା ମଧ୍ୟ ଖୁବଶୀଘ୍ର ବନ୍ଦ ହୋଇଯିବ ବୋଲି ସାଧାରଣ ଜନତା ସନ୍ଦେହ କରୁଛନ୍ତି ।
You can share this post!
author