ଅଜଣା ଗାଡି ଧକ୍କାରେ ଚାଲିଗଲା ପଞ୍ଚାୟତ ପିଇଓଙ୍କ ଜୀବନ l

ଅଜଣା ଗାଡି ଧକ୍କାରେ ଚାଲିଗଲା ପଞ୍ଚାୟତ ପିଇଓଙ୍କ ଜୀବନ l

ସମ୍ବଲପୁର:

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରାଞ୍ଚି ବିଜୟୱାଡା ରାସ୍ତା ମୁଟୁରୁମୁଣ୍ଡ ଠାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ମୃତକ ଜଣକ ହେଲେ ନାକଟିଦେଉଳ ବ୍ଲକ ଶିମିଳିପାଳ ପଞ୍ଚାୟତର ପିଇଓ ତ୍ରିନାଥ ମହାକୁଡ଼ l ସୋମବାର ତ୍ରିନାଥ ମହାକୁଡ଼ ବ୍ଲକ ଏବଂ ପଞ୍ଚାୟତରେ କାମ ସାରି ନିଜର ବାଇକରେ ରେଢ଼ାଖୋଲ ସ୍ଥିତ ଲୁକାପାଲିକୁ ଫେରୁଥିଲେ l ପ୍ରାୟ ସାଢେ ୧ଟା ବେଳେ ମୁଟୁରୁମୁଣ୍ଡା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ନିକଟରେ ପଛରୁ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲେ l ଫଳରେ ବାଇକ ସହ ମହାକୁଡ଼ ରାସ୍ତା କଡରେ ରହିଥିବା ଲୁହା ପାଚେରୀରେ ପିଟି ହୋଇଥିଲେ ଯାହା ଫଳରେ ମୁଣ୍ଡରେ ଭୀଷଣ ଆଘାତ ଲାଗିବା ଯୋଗୁଁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

author

Related Articles

Leave a Reply

Your email address will not be published. Required fields are marked *