ଅଟୋରେ ଆସି ଭୋଟ ଦେଲେ ଭିକେ ପାଣ୍ଡିଆନ

ଅଟୋରେ ଆସି ଭୋଟ ଦେଲେ ଭିକେ ପାଣ୍ଡିଆନ

ଭୋଟ ଦେଲେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ଅଟୋରେ ଆସି ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ପାଣ୍ଡିଆନ ।ଭୋଟ ଦେବା ପରେ ପାଣ୍ଡିଆନ କହିଛନ୍ତି, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଭାରତ ନିଜର ଗଣତନ୍ତ୍ରକୁ ନେଇ ପରିଚିତ । ତେଣୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା । ଭିକେ ପାଣ୍ଡିଆନଙ୍କ ପୂର୍ବରୁ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *