ଅଡୁଆରେ ପଡିଲେ ସନାତନ ମହାକୁଡ

ଅଡୁଆରେ ପଡିଲେ ସନାତନ ମହାକୁଡ

ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ସନାତନ ମହାକୁଡ । ସମ୍ମାନ ଦେବା ବଦଳରେ ଅସମ୍ମାନ କଲେ ଭୋଟର । ଫୁଲମାଳ ବଦଳରେ ମିଳିଲା ଜୋତାମାଳ । ହଁ ଆଜ୍ଞା , ଏପରି କିଛି ଦୃଶ୍ୟ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ଖାଲି ଦେଖିବାକୁ ନୁହେଁ ଏହାର ଏକ ଭିଡିଓ ଏବେ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଜମୁଥିବା ବେଳେ ପ୍ରାର୍ଥୀ ମାନେ ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି । ଆଉ ଏତିକି ବେଳେ କେଉଁଠି ପ୍ରାର୍ଥୀଙ୍କୁ ସମର୍ଥନ ମିଳୁଛି ତ ଆଉ କେଉଁଠି ବିରୋଧର ଶିକାର ହେବାକୁ ପଡୁଛି । ଖାସ କରି ବିଜେଡି ନେତାଙ୍କ କ୍ଷେତ୍ରରେ ଏହାର ଅନେକ ଦୃଶ୍ୟ ଗତ କିଛି ଦିନ ଧରି ଦେଖିବାକୁ ମିଳୁଛି । ଆଉ ଏବେ ଏଥିରେ ଯୋଡି ହୋଇଛନ୍ତି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସନତାନ ମହାକୁଡ । ସନାତନ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ହୋଇଥିବା ବେଳେ ରାଜ୍ୟରେ ସେ ହେଉଛନ୍ତି ଜଣେ କ୍ଷମତାଶାଳୀ ବ୍ୟକ୍ତି । କିନ୍ତୁ ଏବେ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଲୋକେ ବିରୋଧ କରୁଛନ୍ତି । ପ୍ରଚାରରେ ଥିବା ବେଳେ ମିରିଗିସିଙ୍ଘା ଗାଁର ଗ୍ରାମବାସୀମାନେ ତାଙ୍କୁ ଅସମ୍ମାନ କରିବା ସହ ଗାଁକୁ ଆସିବାକୁ ବାରଣ କରିଥିବା ସୂଚନା ମିଳିଛି । ତେବେ ସନାତନ ମହାକୁଡ ୨୦୧୪ ନିର୍ବାଚନ ପରଠାରୁ ରାଜନୀତିରୁ ଦୂରେଇ ଯାଇଥିବା ବେଳେ ଚଳିତ ନିର୍ବାଚନ ଲଢିବାକୁ ମନ ବଳାଇଥିଲେ । କିନ୍ତୁ ଏବେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିବା ବେଳେ ଏହା ତାଙ୍କ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଲୋଚନା ଚାଲିଛି । ତେବେ ଦେଖାଯାଉ ଏହାର ପ୍ରଭାବ ଏବେ ସନାଙ୍କ ଭୋଟବ୍ୟାଙ୍କ ଉପରେ କି ପ୍ରଭାବ ପକାଉଛି ଏବେ ଚମ୍ପୁଆରେ ଏଥର ବିଜେଡିର ବିଜୟ ରଥ ଗଡୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *