ନବୀନଙ୍କ ରାସ୍ତାରେ ବିଜୟ କଣ୍ଟା !
ଅଢେଇ ଦଶନ୍ଧି ପରେ ପ୍ରତିଶୋଧ ମୁହାଁ ବିଜୟ !
ହାରିବା ପରେ ବଢୁଛି ଲୋକପ୍ରିୟତା କମୁଛି ନବୀନଙ୍କ ଦଳୀୟ ପତିଆରା !
ନିର୍ବାଚନର ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳର ଅସ୍ତିତ୍ୱ ଓ ସ୍ଥାୟୀତ୍ୱକୁ ନେଇ ରାଜ୍ୟ ରାଜନୀତିରେ ଅନେକ ପ୍ରଶ୍ନ ଉଠୁଛି । କାହିଁକିନା ବିଜେଡି ଭାଙ୍ଗିବା ନେଇ ବିଜେପିର ପ୍ରତ୍ୟୋକଟି ନେତା ଭବିଷ୍ୟବାଣୀ କରୁଛନ୍ତି । ଯଦି ଆମେ ଦେଖିବା ବିଜେଡି ଭାଙ୍ଗିବା ପଛର ଗୋଟିଏ କାରଣ ହେଉଛନ୍ତି ଭିକେ ପାଣ୍ଡିଆନ । ରାଜନୀତିରୁ ସନ୍ନ୍ୟାସ ନେଇ ସାରିଥିଲେ ସୁଦ୍ଧା ତାଙ୍କ ନାଁକୁ ନେଇ ଚର୍ଚ୍ଚା ଥମିନି । ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି ନେତା ଓ କର୍ମୀ ଏବଂ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । କିନ୍ତୁ ଭିତରେ ଭିତରେ ଅଧିକ ତେଜିବାରେ ଲାଗିଛି ଅସନ୍ତୋଷର ନିଆଁ । ଚର୍ଚ୍ଚା ହେଉଛି କୁଆଡେ ନବୀନଙ୍କ ଠାରୁ ପ୍ରତିଶୋଧ ନେବେ ପୂର୍ବତନ ବିଜେଡି ନେତା ବିଜୟ ମହାପାତ୍ର । ହାରିବା ପରେ ଦଳଛାଡି ନେତାମାନେ ବିଜେପିରେ ସାମିଲ ହେଉଛନ୍ତି ଏବଂ ଅନ୍ୟକିଛି ନେତା ବିଜେପିରେ ମିଳିବା ପାଇଁ ଅମଙ୍ଗ ହେଉଛନ୍ତି । ଯେଉଁଥିପାଇଁ ବିଜେଡିକୁ ଭାଙ୍ଗି ଅନ୍ୟ ଏକ ଆଞ୍ଚଳିକ ଦଳ ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ପରେ କିଏ ଧରିବ ବିଜେଡିର ମଙ୍ଗ ? କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ସେ ନେଇ ଦ୍ୱନ୍ଦ ଲାଗି ରହିଛି । ଯେଉଁଥିପାଇଁ ନବୀନଙ୍କ ଉପରୁ ଦଳୀୟ କର୍ମୀଙ୍କ ଆଶା ଭରସା ତୁଟିବାରେ ଲାଗିଛି । ଯଦି ଆମେ ଦେଖିବା ହାରିବା ପରେ ସକ୍ରିୟ ଥିବା ନବୀନଙ୍କ ଲୋକପ୍ରିୟତା ସିନା ବଢୁଛି କିନ୍ତୁ ଦଳରେ ସୃଷ୍ଟି ହେଉଥିବା ଅନ୍ତଃକନ୍ଦଳଙ୍କୁ ଆୟତ୍ତ କରିବାରେ ଫେଲ ମାରୁଛନ୍ତି ବିଜେଡି ସୁପ୍ରିମୋ । ପରାଜୟ ପରେ ଶଙ୍ଖପତିଙ୍କ ନାଲି ଆଖିକୁ ଆଉ କାହାର ଖାତିର ନାହିଁ । ନିର୍ବାଚନ ପୂର୍ବରୁ ବୋଲମାନୁଥିଲେ ନେତା କିନ୍ତୁ ଏବେ ମୁହଁକୁ ଯାହା ଆସିଲା ତାହା କହି ଯାଉଛନ୍ତି । ସେହିମାନଙ୍କ ନେତୃତ୍ୱରେ 24 ବର୍ଷ ତଳେ ନବୀନ ଦେଇଥିବା ବିଶ୍ୱାସ ଘାତକର ପ୍ରତିଶୋଧ ନେବା ପାଇଁ ନିଜର ସମରସଜ୍ଜା ଆରମ୍ଭ କରିଛନ୍ତି ବିଜୟ ମହାପାତ୍ର ।