ଅଣ୍ଟା ଭିଡ଼ିଲାଣି ବିଜେପି କର୍ମୀ

ଅଣ୍ଟା ଭିଡ଼ିଲାଣି ବିଜେପି କର୍ମୀ


ଅନୁଷ୍ଠିତ ହୋଇଯାଇଛି ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ । ବିଜେପି ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ମଣ୍ଡଳର ପଞ୍ଚାୟତ ସଭାଗୃହ ଠାରେ ଏହି କାର୍ଯ୍ୟକର୍ମ ଆୟୋଜନ ହୋଇଥିଲା . ଏହା ସଦସ୍ୟତା ପ୍ରଭାରୀ ସୁରେନ୍ଦ୍ର ପାତ୍ର ଙ୍କ ଅବାହକତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଅନୁସୂଚିତ ଜନଜାତି ରାଜ୍ୟ ଆବାହକ କରେନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଢ଼ା ହୋଇଥିବା ରାଜ୍ୟ ସରକାରଙ୍କ ଶହେ ଦିନର ହିସାବ ରଖିଥିଲେ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରାଯିବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଆଦି ସମ୍ପର୍କରେ ଗାଁ ଗାଁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ କହିଥିଲେ । ଏଥିସହ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ।

ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ନାରୀ ଆଗେଇ ଲେ ଦେଶ ଆଗେଇବ ବୋଲି ଶ୍ରୀ ମାଝି କହିଥିଲେ । ଅତିଥି ଭାବେ ବାତଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ ଯୋଗ ଦେଇ ସରକାରଙ୍କୁ ସମାଲୋଚନା କରିବା ଠିକ ନୁହଁ କାରଣ କିଛି ମାସ ହୋଇଛି । ଆମେ ଆଉ କିଛି ଦିନ ଅପେକ୍ଷା କରିବା ଆବଶ୍ୟକ ମଣ୍ଡଳ ସଭାପତି ପିଶୁ ମଲ୍ଲିକ ସଭାର ସଭାପତିତ୍ଵ କରିଥିବା ବେଳେ ଆବାହକ ସୁରେନ୍ଦ୍ର ପାତ୍ର କହିଛନ୍ତି ବିଶ୍ଵର ବୃହତ୍ତମ ଦଳ ରେ ସମସ୍ତେ ସାମିଲ ହୋଇ ସଦସ୍ୟତା ହେବ ପାଇଁ କହିଥିଲେ । ନକୁଳ ମଲ୍ଲିକ ସମସ୍ତ ଅତିଥି ଙ୍କ ପରିଚୟ ସ୍ଵାଗତ କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *