ଅଣ୍ଡା ଗାଡି ସହ ବାଇକ ମୁହାଁମୁହି ଧକ୍କା

ଅଣ୍ଡା ଗାଡି ସହ ବାଇକ ମୁହାଁମୁହି ଧକ୍କା

ମର୍ମନ୍ତୁଦ ସଡକ ଦୁର୍ଘଟଣା |ଦୋକାନରେ ଅଣ୍ଡା ବିତରଣ କରି ଫେରୁଥିବା ଏକ ଚାରି ଚକିଆ ଗାଡ଼ି ସହ ବାଇକର ମୁହାଁମୁହି ଧକ୍କା | ଫଳରେ ଘଟଣାସ୍ଥଳରେ କଲେଜ ପଢ଼ୁଆ ଏକ ବାଇକ୍ ଚ଼ାଳକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡ଼ବା ଥାନା ଖ୍ରୀଷ୍ଟିଆନ୍ ସାହିର ସୁଜିତ୍ ନାୟକ ଯିଏକି ମୋହନା ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟରେ ପାଠ ପଢ଼ନ୍ତି। ଆଜି ମହାବିଦ୍ୟାଳୟ ଛୁଟି ଥିବା ସତ୍ତ୍ୱେ ସେ ଘରୁ କୌଣସି କାମରେ ମୋହନା ଆସି କାମ ସାରି ନିଜ ଘର ଅଡ଼ବା ଫେରୁଥିଲେ | ଠିକ ଏହି ସମୟରେ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଶୁଖିଲା ଆମ୍ବ ଛକ ନିକଟ ମୁକ୍ତି ନଗର ଜାତୀୟ ରାଜପଥ-୩୨୬ ବୁଲାଣି ନିକଟରେ ଅପରପାର୍ଶ୍ଵ ଅଡ଼ବାରୁ ଫେରୁଥିବା ଏକ ଚାରିଚ଼କିଆ ଗାଡ଼ି ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା ।

ଯାହା ଫଳରେ ବାଇକ୍ ଚ଼ାଳକ ସୁଜିତ୍ କିଛି ଦୂର ପର୍ଯ୍ୟନ୍ତ ଛିଟିକି ହୋଇ ପଡ଼ିଥିଲେ | ଗାଡ଼ି ସହ ରାସ୍ତା ପାର୍ଶ୍ଵରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୁଣ୍ଡକୁ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ଯୋଗୁଁ ମୁତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ମୋହନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ସୁଜିତ୍ ର ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-୩୨୬କୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଛନ୍ତି। ରାଜପଥର ଉଭୟ ପାର୍ଶ୍ଵରେ ଗଛ ଓ କାଠ ପଡ଼ିଥିବା ଯୋଗୁଁ ବ୍ରହ୍ମପୁର- ରାୟଗଡା ଜାତୀୟ ରାଜପଥରେ ଗମନାଗମନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅବରୋଧ ହଟିବ ନାହିଁ ବୋଲି ପରିବାର ଲୋକେ ଅଡ଼ି ବସିଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *