ଅତ୍ୟଧିକ ଲୁଣ ନେଇପାରେ ଜୀବନ

ଅତ୍ୟଧିକ ଲୁଣ ନେଇପାରେ ଜୀବନ

ଦର୍ଶକବନ୍ଧୁ ଗୋଟିଏ ସୁସ୍ଥ ଓ ସୁନ୍ଦର ଜୀନନ ବଞ୍ଛିବା ପାଇଁ ଲୋକମାନେ ନିଜ ଦୈନନ୍ଦିନ ଜୀବନରେ କିଛି କିଛି ନିୟମ ମାନିଥାନ୍ତି । କିଏ ନିଜର ଖାଇବା ଶୈଳୀରେ ପରିବର୍ତ୍ତନ ଆଣେ ତ ଆଉ କିଏ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ ଓ ଯୋଗ କରିଥାଏ । ସେହିପରି ଆମର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲୁଣ ଯାହା କି ପ୍ରତ୍ୟୋକଙ୍କ ରୋଷେଇ ଘରେ ବ୍ୟବହାର ହୋଇଥାଏ । ଲୁଣ ବିନା ଖାଦ୍ୟରେ ସ୍ୱାଦ ଆସେ ନାହିଁ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି । ତେବେ ଆପଣ ଏବେଠୁ ସାବଧାନ ହୋଇଯାଆନ୍ତୁ । ହୋଇପାରେ ଭୟଙ୍କର ରୋଗ । ଅତ୍ୟଧିକ ଲୁଣ ଖାଇବା ଆପଣଙ୍କୁ ସମସ୍ୟାରେ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଆନୁଯାୟୀ ଆବଶ୍ୟକଠାରୁ ଅତ୍ୟଧିକ ଲୁଣ ଖାଇବା କଥା ନୁହେଁ ଯାହା ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥାଏ । କାରଣ ଲୁଣ ଅତ୍ୟଧିକ ଖାଇବା ଦ୍ୱାରା ବଡ ବଡ ରୋଗ ମଣିଷକୁ ସଂକ୍ରମଣ କରିଥାଏ ।  ଶରୀର ଠିକ ଭାବରେ କାର୍ୟ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଏହି ସମସ୍ତ ରୋଗ ମଧ୍ୟରୁ  ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ  । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ଭେ ରିପୋର୍ଟ ଅନୁସାରେ, ଲୁଣ ସମସ୍ତଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ ହେଉଥିବା ଲୁଣର ପରିମାଣକୁ କମ କରିବା ଉଚିତ । ଏହାଦ୍ୱାରା ଉପରୋକ୍ତ ରୋଗ ଇତ୍ୟାଦିରୁ ଶରୀର ମୁକ୍ତ ରହିବା ସହ ଆପଣ ନିଜକୁ ସୁସ୍ଥ ରଖିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *