ଅଧରାତିରେ ତାଣ୍ଡବ ରଚିଲା କାଳବୈଶାଖୀ

ଅଧରାତିରେ ତାଣ୍ଡବ ରଚିଲା କାଳବୈଶାଖୀ

ଗତକାଲି ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ । ଅଧରାତିରେ ପବନ,ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଧାତ କାଳବୈଶାଖୀ ବର୍ଷା ହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ କରେଣ୍ଟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ରାଜଧାନୀ ବାସୀ । ରାସ୍ତା ଉପରେ ଗଛ ଉପୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । କିନ୍ତୁ ଏତେ ବର୍ଷା ଭିତରେ ମଧ୍ୟ ରାଜ୍ୟରେ ତାପମାତ୍ରା 40 ଡିଗ୍ରୀ ରେକର୍ଡ କରାଯାଇଛି ।  ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *