ଅଧିକ ଆତ୍ମ ବିଶ୍ୱାସ ନବୀନଙ୍କୁ ପରାଜୟକୁ ଟାଣି ଆଣିଛି

ଅଧିକ ଆତ୍ମ ବିଶ୍ୱାସ ନବୀନଙ୍କୁ ପରାଜୟକୁ ଟାଣି ଆଣିଛି

ବିଗତ କିଛି ଦିନ ହେବ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି . ଆଉ ଶଙ୍ଖଭବନରେ ତାତି ବଢ଼ିବାରେ ଲାଗିଛି . କର୍ମୀ ମାନେ ନିଜ ଅସନ୍ତୋଷ ନବୀନଙ୍କ ଆଗରେ ଓଗାଳୁଛନ୍ତି . ଏଥର ନିର୍ବାଚନରେ ବିଜେଡିର ମହାବିପର୍ଯ୍ୟୟ ଆମୂଳ ଚୂଳ ଭାବେ ପୁରା ସଂଗଠନକୁ ଦୋହଲାଇ ଦେଇଥିଲା .ଏଥିରେ ମହାସମରରେ ବିଜେଡିର ମହା ମହା ରଥୀମାନେ ରଣଭୂମିରେ ଟଳିପଡିଥିଲେ.

ତେବେ ବର୍ତମାନ ଏହି ବିପର୍ଯ୍ୟୟର କାରଣ ଖୋଜୁଛନ୍ତି ସୁପ୍ରିମୋ . ଏହାରି ଭିତରେ ଶଙ୍ଖ ଭବନରେ ଚାଲୁଛି ଘନ ଘନ ବୈଠକ ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର . ଇତି ମଧ୍ୟରେ ନବୀନଙ୍କ ଆଗରେ ଅବିନାଶ କହିଲେ ପରାଜୟର ପାଂଚ କାରଣ .ସବୁ ଶୁଣିଲେ ସୁପ୍ରିମୋ .ଢ଼େଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସୁପ୍ରିମୋଙ୍କ ଆଗରେ କରିଛନ୍ତି ବିସ୍ଫୋରଣ .ଶଙ୍ଖ ଭବନରେ ନବୀନ ଢ଼େଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିପନାଶ ଖୋଲାଖୋଲି ତାଙ୍କୁ ନର୍ବାଚନର ପରାଜୟର କାରଣ କହିଛନ୍ତି .

ସେ କହିଛନ୍ତି ଅଧିକ ଆତ୍ମ ବିଶ୍ୱାସ ,ଭୁଲ ରଣନୀତି ,ବରିଷ୍ଠ ନେତା ଏକଜୁଟ ନହେବା ,ନବୀନଙ୍କ କମ ପ୍ରଚାର ,ଦଳର ସୋସିଆଲ ମିଡିଆର ଠିକ ଭାବେ ନବ୍ୟବହାର ହେବା ନବୀନଙ୍କୁ ପରାଜୟକୁ ଟାଣି ଆଣିଛି . ତେବେ ଅଧିକ ଆତ୍ମ ବିଶ୍ୱାସ ଥିଲା ୨୫ ବର୍ଷ ପାଇଁ ଆସିଛୁ ପୁଣି ଆସିବୁ ,କୋଅଡି ନେସନର ଅଭାବ ରହିଲା,ଯେଉଁ ସମୟରେ ଲଢ଼େଇ କରିବାର ଥିଲା ସେହି ସମୟରେ କଲେନି ,

ତେବେ ଦଳ ଏହାରି ଭିତରେ ଆଉ ୩ଟି କମିଟି ଗଠନ କରିଛି ,ଉପଦେଷ୍ଟା କମିଟି ,ସଦସ୍ୟତା ଅଭିଯାନ କମିଟି ,କାର୍ଯ୍ୟକ୍ରମ ପରିଚାଲନା କମିଟି ,ଏହି ୩ଟି କମିଟିରେ ନାହାଁନ୍ତି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଏବଂ ସାଂସଦ ମାନସ ମଙ୍ଗରାଜ .ନିର୍ବାଚନ ପୂର୍ବରୁ ଏହି ଦୁଇ ନେତାଙ୍କ ଦବଦବା ବହୁତ ଥିଲା .ନିର୍ବାଚନ ପରେ ଏହି ନେତାଙ୍କ ଶଙ୍ଖ ଭବନଠାରୁ ଆରମ୍ଭ କରି ନିଜ ଦଳର କର୍ମୀ ନେତା ବିରୋଧ କରି ଆସୁଛନ୍ତି ,

ସେହିପରି ଦେଖିବାକୁ ଗଲେ ବିଜେଡିରେ ବହୁତ ନେତା ଅଛନ୍ତି ,ଯଦି ନବୀନ ଠିକ ପଦକ୍ଷପ ନେବେ ଯାହା ବି ହୋଇଛି ଦୁର ହେବ .ତେବେ ଦେଖାଯାଉ ସୁପ୍ରିମୋ ସବୁ କଥା ବିଚାରକୁ ନେଉଛନ୍ତି ତ , .ଆଗକୁ ହେବାକୁ ଥିବା ପଦଯାତ୍ରା ,ନୂଆ କମିଟି ଓ ଅନ୍ୟ ସଂଗଠନିକ କାର୍ଯକ୍ରମ ନେଇ ହେବ ଆଲୋଚନା .ତେବେ ବିଗତ ଦିନରେ ବୁଡିଯାଉଥିବା ସଂଗଠନକୁ ପୁଣି ଥରେ ଠିଆ କରିବାକୁୁ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *