ମୁମ୍ବାଇ ଗସ୍ତରେ ଯାଇ ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଆଉ ଆଲୋଚନା ସମୟରେ ଏହି ସବୁ କଥା କହିଛନ୍ତି ମୋହନ . ସେହି ସମୟର ଫେଟୋ ଏବେ ଭାଇରାଲ ହେବାରେ ଲାଗିଛି .ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେଲେ ଅନନ୍ତ .ରିଲାଏନ୍ସ ପକ୍ଷରୁ ଆଲୋଚନା ପାଇଁ ଆସିଥିଲେ ଅନନ୍ତ .ମୁମ୍ବାଇରେ ଉତ୍କଷ ଓଡିଶା ସମ୍ମିଳନୀ ଚାଲିଛି .ଅଧିକ ସଂଖ୍ୟାରେ ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଓଡିଶାରେ ପୁଞି ନିବେଶ କରିବା ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି . ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶଳ୍ପପତୀଙ୍କ ସହ ଆଲୋଚନା କରିଛନ୍ତି . ସେହି କ୍ରମରେ ରିଲିଆନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ ଅନନ୍ତ ଅମ୍ବାନୀ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ସାକ୍ଷାତ କରିଥିଲେ . ଆଗାମୀ ଦିନରେ ଏଦିଗରୁ ଆଶା ସୃଷ୍ଟି ହେଉଛି .
ତେବେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟରରେ ଏକ ପୋଷ୍ଟ କରିଛନ୍ତି . ଯେଉଁଥିରେ ଆଲୋଚନା ବେଳର ଫଟୋ ସେୟାର କରାଯାଇଛି . ଆଉ ଲେଖା ହୋଇଛି ଉତ୍କଷ ଓଡିଶାର ଯେଉଁ ଲକ୍ଷ ବୋହୁ ପ୍ରତିଷ୍ଠିତ କମ୍ପାନୀ ମାନେ ଓଡିଶାକୁ ଆସିବାକୁ ଆକର୍ଷିତ କରାଯିବ ବୋଲି . ତେବେ ଏନେଇ ମୁମ୍ବାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ ଏବଂ ରିଲାଏନ୍ସନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଆମନ୍ତ୍ରଣ କରିଛି . ରାଜ୍ୟରେ ବିଶେଷ କରି ସବୁଜ ଇନ୍ଧନ ,ଯୋଗାଯୋଗ ,ମୋବାଇଲ ନେଟୱାର୍କ ,ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତିକରଣ ସହିତ ପୁଞି ନିବେଶ ଦିନରେ ବିଶେଷ ଗରୁତ୍ୱ ଦିଆଯିବ .ଏଥିପାଇଁ ରା ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ ଯୋଗାଇଦିଆଯିବ .ଯାହା ଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ .