ଅନଲାଇନ ଫୁଡ ଆଣୁଛି ସମସ୍ୟା

ଅନଲାଇନ ଫୁଡ ଆଣୁଛି ସମସ୍ୟା


ଟେକ୍ନୋଲୋଜି ଆମ ଜୀବନକୁ ଖୁବ ସହଜ କରିଦେଇଛି । ଅନଲାଇନ୍ ଫୁଡ ଅର୍ଡର କରି ଲୋକ ଘରେ ବସି ନିଜ ଇଚ୍ଛାର ଖାଦ୍ୟ ଖାଇପାରୁଛନ୍ତି । ଯାହା ଲୋକଙ୍କର ଅଭ୍ୟାସରେ ପରିବର୍ତ୍ତନ ହେଲାଣି । ମୋବାଇଲରେ ଖାଦ୍ୟ ଅର୍ଡର କରିବା ଲୋକଙ୍କର ନିଶା ପାଲଟିଗଲାଣି । ଏହି ଫାଷ୍ଟଫୁଡ ଲୋକଙ୍କ ଓଜନ ବଢିବା ସହ ପାଚନତନ୍ତ୍ର ଉପରେ କୁପ୍ରଭାବ ପକାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତନୁସାରେ, ଏହି ଅଭ୍ୟାସ କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଲାଣି ।
ଫୁଡ ଡେଲିଭରୀରେ ମିଳୁଥିବା ଖାଦ୍ୟ ଫାଷ୍ଟଫୁଡ, ସ୍ନାକ୍ସ ଅଧିକ କ୍ୟାଲୋରୀ ଓ କମ ପୋଷଣଯୁକ୍ତ ଖାଦ୍ୟ ହୋଇଥାଏ । ଯାହା ଲୋକଙ୍କର ଡାଏଟ ମାତ୍ରାକୁ ବଢାଇଥାଏ । ଏହାଦ୍ୱାରା ଶରୀରରେ ଆବଶ୍ୟକ ଭିଟାମିନ, ଖଣିଜପଦାର୍ଥ, ପୋଷଣତତ୍ତ୍ୱ ଅଭାବ ଦେଖାଯାଇଥାଏ । ଅଧିକ କ୍ୟାଲୋରୀ ଓ କମ ପୋଷଣଯୁକ୍ତ ଖାଦ୍ୟ ଓଜନ ବଢାଇବା ସହ ଶରୀରରେ ମେଟାବଲିଜିମ୍ ବିଗିଡିପାରେ । ଏହି ଫାଷ୍ଟଫୁଡ ହୃଦଘାତ ଜନିତ ସମସ୍ୟା ଶରୀରରେ କୋଲେଷ୍ଟେରଲ ସ୍ତର ବଢିବା ସହ ଧମନୀରେ ଫ୍ଲାକ ହେବାର ଆଶାଙ୍କା ଥାଏ । ଅଧିକ ମିଠା ଓ କାର୍ବୋହାଇଡ୍ରେଟ ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ କମ କରେ ଯାହା ଇନସୁଲିନ୍ ସୃଷ୍ଟିରେ ବ୍ୟତିକ୍ରମ ଦେଖାଯାଏ । ଯାହା ମଧୁମେହ ଓ ମେଟାବଲିଜିମ୍ ଜନିତ ସମସ୍ୟା ଦେଖାଯାଏ ।

author

Related Articles

Leave a Reply

Your email address will not be published. Required fields are marked *