ଅନଲାଇନ ସପିଙ୍ଗ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୩

ଅନଲାଇନ ସପିଙ୍ଗ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୩

ଆଗାମୀ ଫେଷ୍ଟିଭାଲ୍ ସିଜିନ୍‌ରେ ଆମାଜନ୍ ଓ ଫ୍ଲିପକାର୍ଟ ସେମାନଙ୍କର ବିକ୍ରୟ ଘୋଷଣା କରିଛନ୍ତି । ସମ୍ପ୍ରତି, ଆମାଜନ ଦ୍ବାରା ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୩ ବିକ୍ରିର ଅଫର ଘୋଷଣା କରାଯାଇଥିଲା, ଯାହା ପରେ ବର୍ତ୍ତମାନ ବିକ୍ରୟ ତାରିଖ ମଧ୍ୟ ପ୍ରକାଶ ପାଇଛି । ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୩ ବିକ୍ରୟ ୮ ଅକ୍ଟୋବରରୁ ଆରମ୍ଭ ହେବ, କିନ୍ତୁ ଏହାର ଶେଷ ତାରିଖ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଯେତେବେଳେ କି, ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୩ର ବିକ୍ରି ଆମାଜନ୍ ପ୍ରାଇମ୍ ମେମ୍ବରଙ୍କ ପାଇଁ ଆରମ୍ଭ ହେବ ଅର୍ଥାତ୍ ୭ ଅକ୍ଟୋବରରୁ ଅନଲାଇନ୍ ଇ-କମର୍ସ ଆମାଜନ୍ ଏହାର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରୟ ଡିଲରେ ବ୍ୟାଙ୍କ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଲାଭ ଦେବ । ଏସ୍‌ବିଆଇ କାର୍ଡଧାରୀମାନେ ଦେୟ ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇବେ । ଆମାଜନ ପ୍ରାଇମ୍ ସଦସ୍ୟତା ଥିବା ଗ୍ରାହକମାନେ ବିକ୍ରିରେ ଅଧିକ ଅଫର ପାଇପାରିବେ । ଆପଣ କ୍ୟାସବ୍ୟାକ୍ ଅଫର୍, ବିନା ମୂଲ୍ୟରେ EMI ବିକଳ୍ପ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରୟ ସମୟରେ ଆପଣ ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟୱାଚ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଶସ୍ତା ମୂଲ୍ୟରେ ରିହାତି ପାଇପାରିବେ । ଏଠାରେ ମୋବାଇଲ୍ ଫୋନ୍ ଓ ଆସେସୋରିଜ୍ ଉପରେ ୪୦ ପ୍ରତିଶତ ରିହାତି ଦିଆଯିବ । ଯେତେବେଳେ କି, ସ୍ମାର୍ଟ ୱାଚ୍ ଓ ଲାପଟପ୍ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ ।

କେଉଁ ବ୍ରାଣ୍ତରେ ଅଫର୍ ମିଳିବ ?
1.pple
2.Asus
3.Lenovo
4.OnePlus

  1. iQoo
  2. Realme
  3. Samsung
  4. boAt
  5. Sony
  6. Echo
  7. Fire TV
  8. Kindle

ଆମାଜନରେ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରୟ ପୂର୍ବରୁ ଅନେକ କିକ୍‌ଷ୍ଟାର୍ଟର ଡିଲ୍ ଲାଇଭ୍ ହେବ । ଏଭଳି ପରିସ୍ଥିତିରେ ଆପଣ ଶସ୍ତା ମୂଲ୍ୟରେ ସାମସଙ୍ଗରୁ ମୋଟରୋଲା ପର୍ଯ୍ୟନ୍ତ ଅତ୍ୟାଧୁନିକ ଫୋନ୍ କିଣିପାରିବେ । ଆପଣ ସାମସଙ୍ଗ ଗାଲାକ୍ସି S୨୩, ମୋଟରୋଲା ରଜର ୪୦, ଲାଭା ଅଗ୍ନି ୨, ନୋକିଆ G୪୨ ୫G, ରେଡମି ୧୦ ପାୱାର ଓ ଟେକ୍ନୋ ପୋୱା ୫ ପ୍ରୋକୁ ବଡ଼ ରିହାତି ସହିତ ଲାଭରେ କିଣିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *