ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ ଶହ ଶହ ଜନସାଧାରଣଙ୍କ ଦ୍ୱାରା ଅନାବାଦୀ, ଗୋଚର ଜମି ଉଚ୍ଛେଦ କାର୍ଯ୍ୟକ୍ରମ ଜୋର ସୋରରେ ଚାଲିଅଛି |ଆଗାମୀ ଦିନରେ ଏକର ଏକର ଜମି ସରକାର ଖାତାକୁ ଯିବ ବୋଲି ବିଶେଷ ସୂଚନା ରହିଛି |ଏଥି ସହିତ ବିଗତ 30 ବର୍ଷ ହେବ ସରକାରୀ ଜମି ଗୁଡିକୁ କିଛି ମୁଷ୍ଟିମେୟ, ଉଚ୍ଚ ଶିକ୍ଷିତ, ବିତ୍ତ ଶାଳୀ ଲୋକମାନେ ଜୋର ଜବରଦସ୍ତ ଉକ୍ତ ଏକର ଏକର ଜମିଗୁଡିକୁ ମାଡ଼ି ବଡ଼ିଥିଲେ |ବନ୍ଧଡ଼ିହ ଗ୍ରାମରେ ଏବେ ଖୁସିର ଲହରୀ ଖେଳି ଯାଇଅଛି |ଏଥିରେ ଗ୍ରାମ ବାସୀ ଖୁସି ହୋଇ ରସୁଲପୁର ତହସିଲଦାରଙ୍କୁ ଶୁଭେଚ୍ଛା ସହିତ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି |
