ରାଜ୍ୟରେ ଚାଲିଛି ମୋହନ ସରକାରଙ୍କ ଶାସନ । ପ୍ରଥମ କରି ବିଜେପି ଶାସନ ଭାର ନିଜ ମୁଣ୍ଡ ଉପରକୁ ନେଇଥିବା ବେଳେ ଲୋକଙ୍କୁ ନିଜ ସହିତ ବାନ୍ଧି ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି । ଏବଂ କିଛି କିଛି ନୂଆ ପଦକ୍ଷେପ ମଧ୍ୟ ନେଉଛି ବିଜେପି । ଆଉ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକ ନୂଆ ପ୍ରୟାସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବଲିଉଡ ଆକ୍ଟର ଅନିଲ କପୁରଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ନାୟକ ପରି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଭିନ୍ନ ପ୍ରୟାସ ଆପଣାଇଛନ୍ତି । ଯାହା ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଘଟିବାକୁ ଯାଉଥିବା କୁହାଯାଉଛି । ତେବେ ଏହି ପ୍ରୟାସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ବୋଲି ସୂଚନା ମିଳିଛି । ଶୁକ୍ରବାର ଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରତିଦିନ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ ଟା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସାଧାରଣଜନତାଙ୍କ ଅଭିଯୋଗ ଶୁଣିବେ । ଭୁବଶ୍ୱେରର ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ପ୍ରତିଦିନ ସେ ଅଭିଯୋଗ ଶୁଣିବେ ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ ନେବେ । ତେବେ ମୁଖ୍ୟମନ୍ତ୍ରୀ ହେବା ପରଠୁ ହିଁ ମୋହନ ଚରଣ ମାଝୀ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ଏ ସରକାର ଲୋକଙ୍କ ସରକାର ବୋଲି କହି ବୁଲୁଛନ୍ତି । ଏବଂ ଲୋକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ସାଧାରଣ ଲୋକମାନେ ଭେଟିଥିବାର ନଜର ଆସୁଛନ୍ତି । ଏବଂ ଲୋକଙ୍କୁ ଭଲ ମନ୍ଦ ପଚାରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ପୂର୍ବ ସରକାର ଥିବା ବେଳେ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟିବା ସ୍ୱପ୍ନ ଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କୁ ନିଜ ସମସ୍ୟା ସମ୍ପର୍କରେ କହିବାକୁ ସୁଯୋଗ ମିଳୁଛି । ତେବେ ଅନେକ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ଏକ ନାଟକ ସହ ତୁଳନା କରୁଥିବା ବେଳେ ଅନେକ ଏହାକୁ ଏକ ଭଲ ପ୍ରୟାସ ବୋଲି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ବିଜେପି ପାଇଁ କେତେ ପ୍ରଭାବକାରୀ ହେଉଛି ତାହା ଦେଖିବାର କଥା । ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ବର୍ଷରେ ଅପଦସ୍ତ ମୋହନ
- February 9, 2026
