ଅନୁଭବଙ୍କୁ ମିଳିଲା ଆସ୍ୱସ୍ତି

ଅନୁଭବଙ୍କୁ ମିଳିଲା ଆସ୍ୱସ୍ତି

ଥମୁନି ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଅଡୁଆ । ଘରୋଇ ହିଂସା ମାମଲାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ ବର୍ଷା । ଯାହାର ଆକ୍ସନ ନେଇ ପୋଲିସ ଅନୁଭବଙ୍କ ନାମରେ ଏନବିଡବ୍ଲୁ ୱାରେଣ୍ଟ ବାହାର କରିଥିଲା । ଏବଂ 23 ତାରିଖ ପର୍ଯ୍ୟନ୍ତ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ସମୟ ଦେଇଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅନୁଭବଙ୍କ ନାରେ ଜାରି ହୋଇଥିବା ଏନବିଡବ୍ଲୁ ବା ଜାମିନ ବୀହିନ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲାରେ ଏନବିଡବ୍ଲୁ ଜାରି କରିଥିଲେ କଟକ ଜେ.ଏମ୍.ଏଫ.ସି କୋର୍ଟ ।  ଘରୋଇ ହିଂସା ସମ୍ପର୍କିତ ମାମଲାରେ ଚାର୍ଜଫ୍ରେମ୍ ପାଇଁ କୋର୍ଟରେ ହାଜର ହେବାକୁ ଅନୁଭବଙ୍କୁ ନୋଟିସ୍ କରିଥିଲେ କୋର୍ଟ । କିନ୍ତୁ ଏହି ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *