ବର୍ଷା ଅନୁଭବଙ୍କ ପାରିବାରିକ ବିବାଦରେ ଦେଖାଦେଇଛି ଏକ ନୂଆ ମୋଡ । ବର୍ଷାଙ୍କ ନୂଆ ଏକ ଜାଲରେ ଫସିଯାଇଛନ୍ତି ଓଲିଉଡ ଭାଇଜାନ । ହଁ ଦର୍ଶକବନ୍ଧୁ ପୁଣି ଧର୍ମସଙ୍କଟରେ ପଡିଛନ୍ତି ଅନୁଭବ । ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ପତ୍ନୀ ତଥା ବିଜେଡି ନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେଉଁଥିରେ ଘାଇଲା ହେଉଛନ୍ତି ବିଜେପି ନେତା ଅନୁଭବ ମହାନ୍ତି । ଦୀର୍ଘ ବର୍ଷ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲି ଆସୁଥିଲା ଏବଂ ଅନୁଭବଙ୍କ ସପକ୍ଷରେ ରାୟ ଯିବା ପରେ ବିବାଦରେ ଅଙ୍କୁଶ ଲଗିଥିଲା । ହେଲେ ପୁଣି ମୁଣ୍ଡ ଟେକିଛି ଆଉ ଏକ ନୂଆ ସମସ୍ୟା । ଅଭିନେତ୍ରୀ ତଥା ବିଜେଡିର ବିଧାନସଭା ପ୍ରାର୍ଥୀନି ବର୍ଷା ଅନୁଭବଙ୍କ ନାଁରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ଘରୋଇ ହିଂସା ମାମଲାରେ ଅନୁଭବ ଏବଂ ତାଙ୍କର ଦୁଇ ସାଥୀଙ୍କ ନାଁରେ ଏତଲା ଦେଇଛନ୍ତି । କିନ୍ତୁ ଏହି ଏତଲାରେ ବର୍ଷା ଯାହା ଦର୍ଶାଇଛନ୍ତି ତାହାକୁ ମିଛ ଦର୍ଶାଇ ଖଣ୍ଡନ କରିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି । ଛାଡପତ୍ର ପାଇ ବେଶ ଖୁସି ଥିବା ଅନୁଭବଙ୍କ ଜୀବନରେ ପୁଣି ଆସିଛି ଏକ ବଡ ସମସ୍ୟା । ବର୍ଷା ଯେଉଁ ଘରୋଇ ହିଂସା ମାମଲାରେ କେସ ଦେଇଥିଲ ତାହା ବିରୁଦ୍ଧରେ ଅନୁଭବ ଯେଉଁ ଆବେଦନ କରିଥିଲେ ତାହା ଖାରଜ ହେବା ପରେ ଚିନ୍ତାରେ ପଡିଯାଇଛନ୍ତି ଏହି ସୁପରଷ୍ଟାର । ପୁଣିଥରେ କାଠଗଡାକୁ ଟାଣିହେବେ କି ଅନୁଭବ । ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ବର୍ଷା ଦେଇଥିବା ଅଭିଯୋଗ ସତ ବୋଲି ସମସ୍ତ ପ୍ରମାଣ ରହିଛି । ଏବେ ପର୍ଯ୍ୟନ୍ତ ବି ଏହି କେଶ କୋର୍ଟରେ ଲାଗି ରହିଛି । ତେବେ ଆଗକୁ କାହା ସପକ୍ଷରେ ଯିବ କୋର୍ଟଙ୍କ ରାୟ ଏବଂ ପୁଣିଥରେ କାଠଗଡାକୁ ଯିବେ କି ନାହିଁ ଅନୁଭବ ମହାନ୍ତି ତାହା ଉପରେ ସମସ୍ତଙ୍କ ନଜର ।
You can share this post!
author