ଅନ୍ତରୀଣ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଅନ୍ତରୀଣ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଆଜି ନୂଆ ସଂସଦ ଭବନରେ 2 ବର୍ଷର ମୋଦି ସରକାରର ଶେଷ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନା କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ । ତେବେ ଏହି ଅନ୍ତରୀଣ ବଜେଟରେ କଣ ମୁଖ୍ୟ ଜିନିଷ ରହିଥିଲା ଆସନ୍ତୁ ତାହାର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଉପରେ ନଜର ପକାଇବା ।
ଆୟକରବଜେଟରେ ଆୟକର ଛାଡ ସୀମା ଅପରିବର୍ତ୍ତିତ ,ନୂଆ ବ୍ୟବସ୍ଥାରେ ୭ ଲକ୍ଷ ଯାଏଁ ନାହିଁ ଆୟକର । ତାହା ସହିତ ପର୍ଯ୍ୟଟନ,ରେଳ ସ୍ୱାସ୍ଥ୍ୟ,ଗୃହ ନିର୍ମାଣ,କୃଷି, ଶିକ୍ଷା,ବିକଶିତ ଭାରତ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *