ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ । ବିଜେଡି ହାତରୁ ଶାସନ ଭାର ଖସିବା ପରେ ହତାସ ହୋଇପଡିଛି ୨୫ ବର୍ଷର ସରକାର । ଆଉ ଏସବୁ ପାଇଁ କୁଆଡେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଦାୟୀ ବୋଲି ସବୁଆଡେ ଚର୍ଚ୍ଚା । ଏପରିକି ଯେବେ ଠାରୁ ବିଜେଡି ହାରିଛି ସେବେଠାରୁ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିବା ସହ ସେ କେବେ ରାଜନୀତିରୁ ସନ୍ୟାସ ନେବେ ସେନେଇ ସମସ୍ତେ ଚାତକ ପରି ଚାହିଁ ରହିଥିଲେ । ଆଉ ରବିବାର ତାହା ସତ ହୋଇଛି । ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରିଥିଲେ । ଏପରିକି ଦଳୀୟ କର୍ମୀ ଏବଂ ବିଜୁ ପରିବାରଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଏହା ପରେ ଏବେ ଚର୍ଚ୍ଚା କି ପାଣ୍ଡିଆନ ଏବେ କରିବେ କଣ ? ଆଇଏଏସ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ଘୋଷଣା କରି ସେ ରାଜନୀତିକୁ ଆସିଥିଲେ । ଆଉ ଏବେ ରାଜନୀତିରେ ୮ ମାସ କାମ କରିବା ପରେ ସେଥିରୁ ମଧ୍ୟ ଦୂରେଇ ଯାଇଛନ୍ତି । ଯାହା ପରେ ଏବେ ତାଙ୍କ ଭବିଷ୍ୟତ କଣ ହେବ? ସେ କେଉଁ ପଦକ୍ଷେପ ନେବେ ? ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟପଟେ ପାଣ୍ଡିଆନଙ୍କ ସନ୍ୟାସ ଘୋଷଣା ପୂର୍ବରୁ ଖୋଦ ବିଜେଡି ସଭାପତି ତାଙ୍କୁ ସପୋର୍ଟ କରିବା ସହ ବିଜେଡି ହାରିବାର କାରଣ ସେ ନୁହଁନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏବଂ ପାଣ୍ଡିଆନ ଜଣେ ସଚ୍ଚୋଟ ବ୍ୟକ୍ତି , ସେ ସବୁ କ୍ଷେତ୍ରରେ ଭଲ କାମ କରିଛନ୍ତି ବୋଲି ପ୍ରଶଂସା ମଧ୍ୟ କରିଥିଲେ । ଏବଂ ପୁଣି ଥରେ ଦଳରେ ଆସି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ ଏସବୁକୁ ପଛରେ ପକାଇ ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁସାରେ ଶେଷରେ ସେ ରାଜନୀତିରୁ ହିଁ ଦୂରେଇ ଗଲେ । ତେବେ ସମସ୍ତ ଚାକିରୀରୁ ସେ ସନ୍ୟାସ ନେବା ପରେ ଦେଖାଯାଉ ଏବେ ତାଙ୍କ ଭବିଷ୍ୟତ କେଉଁ ମୋଡ ନେଉଛି ଏବଂ ତାଙ୍କ ଆଗାମୀ ପଦକ୍ଷେପ କଣ ହେଉଛି ।
You can share this post!
author